Wed. May 27th, 2026

ମୋଦି ସରକାରଙ୍କ ଦେଶ ତଥା ଜନବିରୋଧି ନୀତି ବିରୁଦ୍ଧରେ ସେପ୍ଟମ୍ବର ୧୦ ସର୍ବଭାରତୀୟ ଧର୍ମଘଟକୁ ସଫଳ ପାଇଁ ବାମପନ୍ଥୀମାନଙ୍କ ମିଳିତ ବୈଠକ

247 Views

ରାଉରକେଲା, ୯ା୯ : ମୋଦି ସରକାରଙ୍କ ଜନବିରୋଧି ତଥା ଦେଶ ବିରୋଧି ନୀତି ବିରୁଦ୍ଧରେ ତଥା ପେଟ୍ରୋଲ, ଡିଜେଲ ତଥା ରନ୍ଧନ ଗ୍ୟାସର ସର୍ବକାଳୀନ ରେକର୍ଡ ଦର ବୃଦ୍ଧି, ଟଙ୍କାର ମୂଲ୍ୟ ଡଲାର ତୁଳନାରେ ରେକର୍ଡ ଅବମୂଲ୍ୟାୟନ, ଶ୍ରମିକ, କୃଷକମାନଙ୍କ ବିରୁଦ୍ଧରେ ଲଗାତର ଆଇନ୍ ପ୍ରଣୟନ କରିବା ବିରୁଦ୍ଧରେ ଦେଶର ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ସେପ୍ଟେମ୍ବର ୧୦ ତାରିଖ ଦିନ ୧୨ ଘଣ୍ଟିଆ ଧର୍ମଘଟର ଡାକରା ଦିଆଯାଇଛି । ଏହିକ୍ରମରେ ସୁନ୍ଦରଗଡ ଜିଲାରେ ଏହାକୁ ସଫଳ କରିବା ପାଇଁ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଏକ ମିଳିତ ବୈଠକ କ.ବିମାନ ମାଇତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ସିପିଆଇ (ଏମ୍), ସିପିଆଇ, ଏସ୍ୟୁସିଆଇ (କମ୍ୟୁନିଷ୍ଟ), ସିପିଆଇ (ଏମ୍ଏଲ୍)ର ନେତୃବୃନ୍ଦ ଯୋଗ ଦେଇ ଏହାକୁ ସୁନ୍ଦରଗଡ ଜିଲାରେ ସଫଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ସିପିଆଇ (ଏମ୍) ପକ୍ଷରୁ ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜକିଶୋର ପ୍ରଧାନ, ଅରିନ୍ଦମ ଦତ୍ତ, ସିପିଆଇ ଜିଲା ସମ୍ପାଦକ ପ୍ରଦୋଷ ମହାନ୍ତି, କୈଳାସ ଚନ୍ଦ୍ର ନାୟକ, ଏସ୍ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଅଜିତ ନାୟକ, ସିପିଆଇ (ଏମ୍ଏଲ୍) ପକ୍ଷରୁ ନିତ୍ୟ କିଶୋର ମହାନ୍ତି, ଡି.ମୁନା ପ୍ରମୁଖ ବକ୍ତବ୍ୟ ରଖି ସୁନ୍ଦରଗଡ ଜିଲାରେ ସମସ୍ତ କେନ୍ଦ୍ରୀୟ ଅଫିସ୍ ଦପ୍ତର, ବ୍ୟାଙ୍କ, ବୀମା, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଧର୍ମଘଟରେ ସାମିଲ୍ ହେବାକୁ ଆହ୍ୱାନ କରାଯାଇଛି । କେବଳ ଜରୁରୀକାଳୀନ ସେବାକୁ ଏହି ଧର୍ମଘଟରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

By amfnews

Related Post