Sat. Jul 4th, 2026

ମେ ୫ ତାରିଖ ଦିନ ଫେରିଯିବା ପାଇଁ ୧୯୩ଜଣ ପାକିସ୍ତାନୀ ନାଗରିକଙ୍କୁ ଅନୁମତି ଦେଲେ କେନ୍ଦ୍ର ସରକାର

364 Views

ନୂଆଦିଲ୍ଲୀ: କରୋନାଭାଇରସ୍ ଲକ୍‌ଡାଉନ୍ ଯୋଗୁଁ ଦେଶର ୧୦ଟି ରାଜ୍ୟରେ ଅଟକି ରହିଯାଇଥିବା ୧୯୦ରୁ ଅଧିକ ପାକିସ୍ତାନୀ ନାଗରିକମାନଙ୍କୁ ସ୍ବଦେଶ ଫେରିଯିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେମାନେ ଆସନ୍ତା ସପ୍ତାହରେ ଅଟ୍ଟାରି-ୱାଘା କ୍ରସିଙ୍ଗ୍‌ ବାଟେ ଯିବେ।  ସେମାନଙ୍କ ଯାତ୍ରା ନିମନ୍ତେ ବନ୍ଦୋବସ୍ତ କରିବାକୁ ରାଜ୍ୟର ପୁଲିସ ମୁଖ୍ୟମାନଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ମେ ୫ ତାରିଖ, ମଙ୍ଗଳବାର ସକାଳୁ ଅଟ୍ଟାରି-ୱାଗା ସୀମାନ୍ତରେ ପହଞ୍ଚିବାକୁ ପାକିସ୍ତାନୀ ନାଗରିକମାନଙ୍କୁ କୁହାଯାଇଛି। ଇମିଗ୍ରେସନ୍ ଏବଂ ବର୍ଡର୍ ଚେକ୍‌ପଏଣ୍ଟ୍‌ରେ ସେମାନଙ୍କ ପ୍ରତ୍ୟାବର୍ତ୍ତନର ଔପଚାରିକ ବ୍ୟବସ୍ଥା କରାଯିବ।

ବିଶେଷସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ବିଭିନ୍ନ ରାଜ୍ୟରେ ରହିଯାଇଥିବା ପାକିସ୍ତାନୀ ନାଗରିକମାନଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିବାକୁ ଭାରତସ୍ଥିତ ପାକିସ୍ତାନ ହାଇକମିସନ୍ ସରକାରଙ୍କୁ ଅନୁରୋଧ କରିଥିଲା।

୧୯୩ଜଣ ପାକିସ୍ତାନୀ ନାଗରିକ ଭାରତର ୧୦ଟି ରାଜ୍ୟର ୨୫ଟି ଜିଲ୍ଲାରେ ରହିଛନ୍ତି। ସେ ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଛତିଶଗଡ଼, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଓ ଦିଲ୍ଲୀ।

By amfnews

Related Post