Mon. Aug 24th, 2026

ମୋଦୀ କ୍ୟାବିନେଟରେ ଅଦଳବଦଳ : ପିୟୁଷ ଗୋଏଲ ହେଲେ ଅସ୍ଥାୟୀ ଅର୍ଥ ମନ୍ତ୍ରୀ

510 Views

ମୋଦୀ କ୍ୟାବିନେଟରେ ପୁଣି ଥରେ ହୋଇଛି ବଡ଼ ଧରଣର ଅଦଳ ବଦଳ। ଅରୁଣ ଜେଟଲୀଙ୍କ ଖରାପ ସ୍ଵାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ପିୟୁଷ ଗୋଏଲଙ୍କୁ ରେଳ ମନ୍ତ୍ରଣାଳୟ ସହିତ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ଵ ଅସ୍ଥାୟୀ ଭାବେ ଦିଆଯାଇଛି। ମିଡିଆ ରିପୋର୍ଟ୍ସ ମୁତାବକ ସ୍ମୁତି ଇରାନୀଙ୍କୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟର କାର୍ୟ୍ୟଭାର କାଢି ନିଆଯାଇ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ଦିଆଯାଇଛି। ସ୍ମୁତି ଏବେ  କେବଳ ବୟନ ଶିଳ୍ପ ମନ୍ତ୍ରଣାଳୟ ଦେଖିବେ। ଏହା ପୂର୍ବରୁ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ପାଖରେ ରାଜ୍ୟ ମନ୍ତ୍ରୀର ଦର୍ଜା ରହିଥିଲା।  ଏବେ ସେ କ୍ୟାବିନେଟ୍ ପାହ୍ୟାର ଦାୟିତ୍ଵ ସମ୍ଭାଳିବେ।

ଉଲ୍ଲେଖନୀୟ ସୋମବାର ଏମ୍ସରେ ଅରୁଣ ଜେଟଲୀଙ୍କ ସଫଳ କିଡନୀ ପ୍ରତିରୋପଣ ହୋଇଛି।  ତାଙ୍କର ଅବସ୍ଥା ସ୍ଥିର ରହିଛି।  ଜେଟଲୀଙ୍କ ଅନୁପସ୍ଥିତିରେ ସବୁଠୁ ମହତ୍ଵପୂର୍ଣ୍ଣ ଆର୍ଥିକ ମନ୍ତ୍ରଣାଳୟର କାମ ଯେମିତି ପ୍ରଭାବିତ ନହେବ ତାକୁ ଦୃଷ୍ଟିରେ ରଖି ପିୟୁଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

By amfnews

Related Post