Tue. Sep 29th, 2026

ମେରିଙ୍କୁ ବିଶ୍ବ ମୁକୁଟ

PTI11_24_2018_000052B
217 Views

ନୂଆଦିଲ୍ଲୀ, ନଭେମ୍ବର ୨୫ : ଷଷ୍ଠ ଥର ଲାଗି ବିଶ୍ବ ବିଜୟିନୀ ‌ହୋଇ ଇତିହାସ ରଚିଛନ୍ତି ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌। ‌ବିଶ୍ବ ମହିଳା ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତାର ଶନିବାର ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ମେରିକମ୍ ୪୮ କିଲୋଗ୍ରାମ୍‌‌ ଲାଇଟ୍‌ ଫ୍ଲାଇୱେଟ୍‌ ବର୍ଗରେ ୫-୦ରେ ୟୁକ୍ରେନ୍‌ର ହାନ୍ନା ଓଖୋତାଙ୍କୁ ମାତ୍‌ ଦେଇ ସେ ଐତିହାସିକ ସଫଳତ‌ା ହାସଲ କରିଛନ୍ତି। ୩ ସନ୍ତାନର ଜନନୀ ମେରିକମ ଆଉ ଏକ ସ୍ବର୍ଣ୍ଣ ହାସଲ କରିବା ପରେ ଆତ୍ମବିଭୋର ହୋଇପଡ଼ିଥିଲେ।

ନୂଆଦିଲ୍ଲୀର କେଡି ଯାଦବ ଇନ୍‌ଡୋର ହଲ୍‌ରେ ଶନିବାର ସ୍ବର୍ଣ୍ଣ ଜିତିବା ପରେ ଜାତୀୟ ପତାକା ତ୍ରିରଙ୍ଗାକୁ ଧରିଥିଲା ବେଳେ ମେରି କମ୍‌ଙ୍କ ଆଖିରେ ଲୁହ ଭରିଯାଇଥିଲା। ମୋ ଦେଶ ଏବଂ ମୋର କଠୋର ସାଧନା ପଛରେ ହାତଥିବା ସମସ୍ତ ବ୍ୟକ୍ତିଙ୍କୁ ଐତିହାସିକ ସ୍ବର୍ଣ୍ଣ ପଦକ ଉତ୍ସର୍ଗ କରୁଛି ବୋଲି ମେରିକମ୍‌ ଭାବବିହ୍ବଳ ହୋଇ କହିଥିଲେ। ମେରିକମ୍‌ଙ୍କ କୀର୍ତିମାନଭରା ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ମେରିକମ୍‌ ବାସ୍ତବରେ ସ୍ବତନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତା ଜରିଆରେ ଟ୍ବିଟ୍‌ କରିଛନ୍ତି।

By amfnews

Related Post