Fri. Oct 2nd, 2026

ମେନକା ଗାନ୍ଧୀଙ୍କୁ ଅଦାଲତକୁ ଟାଣିବେ ବୋଲି ଧମକ ଦେଲେ ବାଘୁଣୀ ‘ଅବନୀ’କୁ ମାରିଥିବା ଲୋକର ବାପା

224 Views

ନୂଆଦିଲ୍ଲୀ, ନଭେମ୍ବର ୮: ମହାରାଷ୍ଟ୍ରର ଯବତମାଲ ଜିଲ୍ଲାରେ ବାଘୁଣୀ ‘ଅବନୀ’କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ବାପା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ଅଦାଲତକୁ ଟାଣିବେ ବୋଲି ଧମକ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କ ପୁଅ ଶୈଫତ୍‌ ଅଲି ଖାଁ ଆତ୍ମରକ୍ଷା ନିମନ୍ତେ ବାଘୁଣୀକୁ ମାରିଛନ୍ତି। ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି ବୋଲି ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି।

ସୁଟର୍‌ଙ୍କ ବାପା କହିଛନ୍ତି: ଟ୍ରାଙ୍କ୍ୟୁଲାଇଜ୍‌ ଉଦ୍ୟମ ବିଫଳ ହେବା ପରେ ଆକ୍ରମଣ କରିବାକୁ ଆସିବାରୁ ଆତ୍ମରକ୍ଷା ନିମନ୍ତେ ମୋ ପୁଅ ବାଘୁଣୀ ‘ଅବନୀ’କୁ ମାରିଛି। ଆମେ ଆଇନ ପରାମର୍ଶ କରିବାକୁ ଯାଉଛ। ଆମ ବିରୋଧରେ ଭିତ୍ତିହୀନ ଅଭିଯୋଗ କରୁଥିବାରୁ ଆମେ ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ଅଦାଲତକୁ ଟଣାଇବା ନିମନ୍ତେ ବିଚାର କରୁଛୁ।ଶୈଫତ୍‌ ଅଲି ଖାଁ ମଧ୍ୟ ନିଜକୁ ରକ୍ଷାକରିବାକୁ ଯାଇ କହିଛନ୍ତି ଯେ ସମୁଚ୍ଚିତ ସରକାରୀ ଆଦେଶ ବିନା ସେ କେବେ କୌଣସି ପ୍ରାଣୀ ମାରି ନାହାନ୍ତି।
ମେନକା ଗାନ୍ଧୀଙ୍କ ନାଁ ନ ଧରି ସେ ସମାଲୋଚନା କରି କହିଛନ୍ତି: ଶୀତତାପ ନିୟନ୍ତ୍ରିତ ଘରେ ବସି ଲୋକେ ଆମ ବିରୋଧରେ ଅଭିଯୋଗ କରିବା ଅନୁଚିତ। ଥାନାରେ ମୋ ବିରୋଧରେ ଏଫ୍‌ଆଇଆର୍‌ କି, ଅଦାଲତରେ କୌଣସି ମାମଲା ନାହିଁ। ବିନା ସରକାରୀ ଆଦେଶରେ ଆଜି ଯାଏଁ ମୁଁ କୌଣସି ଜନ୍ତୁକୁ ମାରି ନାହିଁ।

By amfnews

Related Post