Sat. Oct 3rd, 2026

‘ମେକ୍‌ ଇନ୍‌ ଇଣ୍ଡିଆ’ ଉଦ୍ୟୋଗରୁ ସାଢ଼େ ଛଅ ଲକ୍ଷ ଆସଲ୍‌ଟ୍‌ ରାଇଫଲ୍‌ କିଣିବ ପ୍ରତିରକ୍ଷା ମନ୍ତ୍ରାଳୟ

392 Views

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଉଦ୍ୟୋଗରୁ ୬. ୫ ଲକ୍ଷ ଆସଲ୍‌ଟ୍‌ ରାଇଫଲ୍‌ ଖରିଦ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରକ୍ରିୟା ଆରମ୍ଭ କରିଛି।

ଖବର ଅନୁସାରେ, ୭. ୬୨x୩୯ ସ୍କୋୟାର୍‌ ଏମ୍‌ଏମ୍‌ କ୍ୟାଲିବର୍‌ ଆସଲ୍‌ଟ୍‌ ରାଇଫଲ୍‌ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ରିକ୍ୱେଷ୍ଟ୍‍ ଫର୍‌ ଇନ୍‌ଫର୍‌ମେସନ୍‌ (ଆର୍‌ଏଫ୍‌ଆଇ) ଇସ୍ୟୁ କରିଛି। ଏହି ରାଇଫଲ୍‌ର ରେଞ୍ଜ୍‌ ୩୦୦ ମିଟର୍‌।

ଅର୍ଡନାନ୍‌ସ୍‌ ଫ୍ୟାକ୍ଟ୍ରି ବୋର୍ଡ ଦ୍ୱାରା ଏହି ନୂତନ ଆସଲ୍‌ଟ୍‌ ରାଇଫଲ୍‌ ତିଆରି କରାଯିବ।

ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ‘ବାୟ ଆଣ୍ଡ୍‌ ମେକ୍‌ (ଇଣ୍ଡିଆନ୍‌)’ ଅନୁସାରେ ଏହାର ସମଗ୍ର ପ୍ରକ୍ରିୟା କରଣ କରାଯାଉଥିଲେ ମଧ୍ୟ ଏଥିରେ ‘ବାୟ’ କମ୍ପୋନେଟ୍‌ଟି ଆଦୌ ନାହିଁ।

ଅର୍ଡନାନ୍‌ସ୍‌ ଫ୍ୟକ୍ଟ୍ରି ବୋର୍ଡ ଦ୍ୱାରା ଉତ୍ପାଦିତ ପ୍ରାୟ ୮ ଲକ୍ଷ ଇନ୍‌ସାସ୍‌ ରାଇଫଲ୍‌ ପରିବର୍ତ୍ତନ କରିବାକୁ ସେନା ଆଗ୍ରହୀ ଥିବାରୁ ଆସଲ୍‌ଟ୍‌ ରାଇଫଲ୍‌ କିଣାଯିବାର ଗୁରୁତ୍ୱ ରହିଛି।

ଆର୍‌ଏଫ୍‌ଆଇ ଇସ୍ୟୁ କରାଯାଇଥିବା ୬, ୫୦, ୦୦୦ ନୂଆ ଆସଲ୍‌ଟ୍‌ ରାଇଫଲ୍‌ ଭାରତୀୟ ସେନା ପଦାତିକ ବାହିନୀର ଫ୍ରଣ୍ଟ୍‌-ଲାଇନ୍‌ ପର୍ସୋନେଲ୍‌ଙ୍କ ଉଇପନ୍‌ ସିଷ୍ଟମ୍‌ ଭାବେ ବ୍ୟବହୃତ ହେବ। କାରଣ ପଦାତିକ ବାହିନୀ ସାମନାରୁ ହିଁ ଶତ୍ରୁଙ୍କୁ ମୁକାବିଲା କରେ।

By amfnews

Related Post