Fri. May 17th, 2024

ମେକ୍ସିକୋରେ ଗୁଳିକାଣ୍ଡ: ଜଣେ ସୈନିକ ଓ ୬ ସାଧାରଣ ନାଗରିକଙ୍କ ମୃତ୍ୟୁ

By Pooja Aug 25, 2018 #Featured
209 Views

ମେକ୍ସିକୋ ସିଟି, ଅଗଷ୍ଟ ୨୫ :

ଦକ୍ଷିଣ ମେକ୍ସିକୋ ରାଜ୍ୟର ଗୁଏରରେରୋ ଠାରେ ଗୁଳିକାଣ୍ଡ ଯୋଗୁଁ ଶୁକ୍ରବାର ୭ ଜଣଙ୍କର ମୃତ୍ୟୁ ହୋଇଛି । ସେନାର ଜଣେ ଯବାନ ଓ ୬ ଜଣ ସାଧାରଣ ନାଗରିକ ଗୁଳିକାଣ୍ଡର ଶିକାର ହୋଇଛନ୍ତି ।

ରାଜ୍ୟ ସୁରକ୍ଷା ମୁଖପାତ୍ର ରୋବର୍ଟଟୋ ଆଲଭାରେଜ କହିଛନ୍ତି, ୬ ଜଣ ସାଧାରଣ ଲୋକ ଓ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ଇଆଇ ନାରନଜୋ ସହରରେ ବନ୍ଧୁକଧାରୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଶୁକ୍ରବାର ସକାଳୁ ଗୁଳି ବିନିମୟ ହୋଇଥିଲା । ମେକ୍ସିକୋର ଗୁଏରରେରୋ ହେଉଛି ଡ୍ରଗ୍ସ କାରବାରର ପେଣ୍ଠ ସ୍ଥଳୀ । ଡ୍ରଗ୍ସ କାରବାର ନେଇ ଏଠାରେ ଅନେକ ସମୟରେ ହିଂସା ଦେଖାଯାଇ ଥାଏ ।

ନ୍ୟାସନାଲ ସିକ୍ୟୁରିଟି କମିଶନର ରେନାଟୋ ସେଲ୍ସ ଅଭିଯୁକ୍ତର ପରିଚୟ ଜାଣିପାରିଛନ୍ତି । ହେକ୍ଟର ଆଦ୍ରିନ ନାମରେ ଜଣେ ବ୍ୟକ୍ତି ହେଉଛି ଗୁଳି ଫୁଟାଇଥିବା ବ୍ୟକ୍ତି ବୋଲି ମେକ୍ସିକୋ ପୋଲିସ କହିଛନ୍ତି ।

By Pooja

Related Post