Fri. May 15th, 2026

ମୃତଦେହକୁ କାନ୍ଧ ଦେବାକୁ ଆସିଥିବା ଅଜଣା ବ୍ୟକ୍ତି ସଂପର୍କୀୟଙ୍କ ସ୍କୁଟି ନେଇ ଫେରାର୍‌

249 Views

ଲକ୍ଷ୍ନୌ, ଜାନୁଆରୀ ୦୨ : ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ଜାଣିବାକୁ ମିଳିଛି ଯେ ଜଣେ ମୃତକଙ୍କ ମୃତଦେହକୁ କାନ୍ଧେଇ ନେବାକୁ ଆସିଥିବା କିଛି ଅଜଣା ବ୍ୟକ୍ତି ସେହି ମୃତକଙ୍କ ଭିଣୋଇଙ୍କ ସ୍କୁଟିକୁ ଚୋରେଇ ନେଇ ଯାଇଛନ୍ତି। ସ୍କୁଟି ନେଇ ଫେରାର୍‌ ହୋଇ ଯାଇଥିବା ୩ ଜଣ ଯାକ ଲୋକ ମୃତକଙ୍କ ପରିବାର ଲୋକଙ୍କ ପାଇଁ ସଂପୂର୍ଣ୍ଣ ଅଜଣା ଥିଲେ। ପୁଲିସ୍‌ ଦେଇଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ନିଜ ଶଳାର ଅନ୍ତିମ ସତ୍କାର ପାଇଁ ପହଞ୍ଚିଥିବା ଭରତପୁର ବାସିନ୍ଦା ଅଜୟଙ୍କ ଗାଡ଼ି ଚୋରି ହୋଇଛି।

ଜାଣିବାକୁ ମିଳିଛି ଯେ ପରିବାର ଲୋକ ମୃତକଙ୍କୁ ଶବକୁ କାନ୍ଧେଇ ନେବା ବେଳେ ୨-୩ ଜଣ ଅଜଣା ଲୋକ ଶବ ବନ୍ଧା କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରିଥିଲେ। ଅଜଣା ବ୍ୟକ୍ତିମାନେ ମୃତକଙ୍କ ଶଳାଙ୍କ ସହ ଏପରି କଥା ହେଉଥିଲେ ଅନ୍ୟମାନେ ତାଙ୍କୁ ପରିଚିତ ଲୋକ ବୋଲି ଭାବି ବସିଲେ। ଏପଟେ ମୃତକଙ୍କ ଭିଣୋଇ ଉକ୍ତ ଅଜଣା ବ୍ୟକ୍ତିମାନଙ୍କୁ ନିଜ ଶାଳକଙ୍କ ବନ୍ଧୁ ବୋଲି ଭାବି ବସିଲେ। ଏହି ଭୁଲ ବୁଝାମଣାର ଫାଇଦା ଉଠାଇ ୩ ଜଣ ଅଜଣା ବ୍ୟକ୍ତି ସ୍କୁଟି ଚୋରେଇ ନେବାରେ ସଫଳ ହୋଇଛନ୍ତି।

By amfnews

Related Post