Tue. Jul 28th, 2026

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୮ ପୂର୍ବତନ IAS

288 Views

ଭୁବନେଶ୍ୱର : ଓଡ଼ିଶାରେ ସୁରକ୍ଷିତ ନୁହନ୍ତି ସୂଚନା ଅଧିକାର କର୍ମୀ। ସେମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ଘଟଣା ବଢ଼ୁଥିବା ବେଳେ ଏହା ଉଦ୍‌ବେଗଜନକ  ସ୍ଥିତିରେ ପହଞ୍ଚିଲାଣି।  ଏପରି ସ୍ପର୍ଶକାତର ଘଟଣା ସମ୍ପର୍କରେ ୧୮ ଜଣ ପୂର୍ବତନ IAS ଅଫିସର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଚିଠି ଲେଖିଛନ୍ତି। ପୂର୍ବତନ IAS ଅରୁଣା ରାୟ, ହର୍ଷ ମନ୍ଦର ଓ ଏନ୍. ସି. ସକ୍ସେନାଙ୍କ ସମେତ ୧୮ ଜଣ ପୂର୍ବତନ ଆଇଏଏସ୍ ଅଧିକାରୀ ଏହି ଚିଠି ଲେଖିଛନ୍ତି।

ଚିଠିରେ କେନ୍ଦ୍ରାପଡ଼ାର RTI କର୍ମୀ ରଞ୍ଜନ ଦାସ ଓ କନ୍ଧମାଳର RTI କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଅଭିଯୋଗ ଘଟଣା ଉଲ୍ଲେଖ କରାଯାଇଛି।  RTI କର୍ମୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶାରେ ହ୍ୱିସିଲ୍‌ବ୍ଲୋୟର୍ସ ପ୍ରୋଟେକସନ୍ ଆକ୍ଟ ଲାଗୁ କରିବାକୁ ଏବଂ ମନରେଗାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ପଦ୍ଧତି ସବୁ ବିଭାଗରେ ଲାଗୁ କରିବାକୁ ଦାବି ହୋଇଛି।

By amfnews

Related Post