Thu. Oct 15th, 2026

ମୁକ୍ତିକାନ୍ତ ଓ ଗୋପାଳଙ୍କ ଅନଶନକୁ କଂଗ୍ରେସର ସମର୍ଥନ

240 Views

ରାଉରକେଲା, ୫ା୧୦  : ଗାନ୍ଧୀ ଜୟନ୍ତୀ ଠାରୁ ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଓ ଗୋପାଳ ଜେନା ରାଉରକେଲାର ବିଭିନ୍ନ ଦାବି ନେଇ ଆମରଣ ଅନଶନ ଆଇଜିଏଚ୍ ଫାଟକ ସମ୍ମୁଖରେ ଆରମ୍ଭ କରିଛନ୍ତି । ଉଭୟଙ୍କ ଅନଶନକୁ ଜିଲା କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରାଯାଇଛି । ଜିଲା ସଭାପତି ରବି ରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁକ୍ତିକାନ୍ତ ଓ ଗୋପାଳ ଅନଶନରେ ବସିଥିବା ସ୍ଥଳକୁ ଯାଇ ସେମାନଙ୍କ ଅନଶନ ପ୍ରତି କଂଗ୍ରେସର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।

ଏଥିସହ ଜିଲା କଂଗ୍ରେସ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଓ ସହାନୁଭୂତି ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ରାଜ୍ୟ କଂଗ୍ରେସ ସମ୍ପାଦକ ରଶ୍ମିରଞ୍ଜନ ପାଢୀ, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ, ବରିୟମ ସିଂ, ଭାସ୍କର ଖିଲାର, ଧୁସା ନାଏକ, ଗଜେନ୍ଦ୍ର ତନ୍ତୀ, ଘନଶ୍ୟାମ ସୁନା, ରାମ ପ୍ରକାଶ ସିଂ, ପୁରୁଷୋତ୍ତମ ପାତ୍ର, ରମେଶ ଗୁପ୍ତା, ବନମାଳୀ ବିଶୋୟୀ, ଡେଭିଡ ରାଓ, ଶିବୁ ସାହୁ ଓ ପ୍ରଫୁଲ୍ଲ କଂସାରୀଙ୍କ ସମେତ ଅନ୍ୟମାନେ ସାମିଲ୍ ଥିଲେ ।

By amfnews

Related Post