Sun. Oct 11th, 2026

‘ମି # ଠୁ ’ ଅଭିଯାନରେ ସତର୍କ ହେଲେ ଅଭିନେତା ଦଲୀପ ତାହିଲ ,ଜାରିକଲେ ଏକ ଭିଡିଓ

1,116 Views

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଦଲୀପ ତାହିଲ ‘ମି # ଠୁ ’ ଅଭିଯାନ ଚାଲିବାପରେ ଖୁବ୍‌ ସତର୍କ ହୋଇଛନ୍ତି। ସେ ଏଥିଲାଗି ଏକ ସିନେମାର ରେପ୍‌ ସିନ୍‌ କରିବାକୁ ମନା କରିଥିଲେ। ସେ ନିର୍ଦ୍ଦେଶକ ସୁଧୀର ମିଶ୍ରାଙ୍କ ଏକ ନୂଆ ସିନେମାର ସୁଟିଂ କରିବାପାଇଁ ସେଟରେ ପହଞ୍ଚିଥିଲେ। ସେ ସେଠାରେ ଜାଣିଲେ ଯେ ଏକ ରେପ୍‌ ସିନର ସୁଟଂ ଅଛି। ଏହା ଜାଣିବାମାତ୍ରେ ଦଲୀପ ସୁଟ୍‌ କରିବାକୁ ମନା କଲେ। ଏହାପରେ ଯେତେବେଳେ ତାଙ୍କୁ ବୁଝାଇ ଦିଆଗଲା ଯେ ଏହି ରେପ୍‌ ସିନ୍‌ ଖୁବ୍‌ ଜରୁରୀ ସେତେବେଳେ ସେ ରାଜି ହେଲେ। କିନ୍ତୁ ଏହି ସଟ୍‌ ଦେବା ଆଗରୁ ସେ ଉକ୍ତ ଅଭିନେତ୍ରୀଙ୍କଠାରୁ ନୋ ଅବଜେକସନ୍‌ ଲିଖିତ ଆକାରରେ ଆଣିଥିଲେ। ଖାଲି ସେତିକି ନୁହେଁ ଉଭୟ କଳାକାର ଏସଂପର୍କରେ ଏକ ଭିଡିଓ ବି ଜାରି କରିଛନ୍ତି।

ଏହି ସଟ୍‌ ଦେବା ସମୟରେ ଅଭିନେତ୍ରୀ କିଛି ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି କି ତାଙ୍କର ସମ୍ମାନହାନି ହୋଇ ନାହିଁ ବୋଲି କହିଛନ୍ତି। ଏହି ରେପ୍‌ ସିନ୍‌ ସୁଟିଂ ବେଳେ ନିର୍ଦ୍ଦେଶକ ସୁଧୀର ମିଶ୍ରା କିନ୍ତୁ ସେଟରେ ଉପସ୍ଥିତ ନଥିଲେ।

 

By amfnews

Related Post