Tue. May 14th, 2024

ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ, ପ୍ରେସମିଟରେ ସୂଚନା ଦେବ କମିଶନରେଟ୍ ପୋଲିସ୍‌

By amfnews Feb 11, 2021 #Featured
188 Views

ଭୁବନେଶ୍ୱର, ଫେବୃଆରୀ ୧୧ : ରାଜଧାନୀ ଉପକଣ୍ଠ ଦାସପୁର ଅଞ୍ଚଳରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ପରିଚୟ ଆଜି କମିଶନରେଟ୍ ପୋଲିସ୍ କୁ ମିଳିଛି ।

ମୃତ ଦେହ ମିଳିବା ପରଠାରୁ ମହିଳାଙ୍କ ମୁଣ୍ଡ ନଥିବାରୁ ମହିଳାଙ୍କ ପରିଚୟ ଖୋଜିବା କମିଶନରେଟ୍ ପୋଲିସ୍ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ଏଥିପାଇଁ ବିଭିନ୍ନ ପ୍ରକାର ଉପାୟ ଆପରେଇବା ପରେ ଶେଷରେ ମହିଳାଙ୍କ ଫିଙ୍ଗରପ୍ରିଣ୍ଟ ଏବଂ ଡିଏନଏ ଟେଷ୍ଟ କରିବାକୁ କମିଶନରେଟ୍ ପୋଲିସ୍ ନିଷ୍ପତି ନେଇଥିଲା । ଏହାପରେ ଗତ କାଲି ଏନସିଆରବି ପାଖରେ ଥିବା ଫିଙ୍ଗରପ୍ରିଣ୍ଟ ମ୍ୟାଚ କରାଇ ମହିଳାଙ୍କ ଆଧାରକାର୍ଡ ଜରିଆରେ ପରିଚୟ ଖୋଜି ପାଇଛି କମିଶନରେଟ୍ ପୋଲିସ୍ ।

ତେବେ ବର୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ କମିଶନରେଟ୍ ପୋଲିସ୍ ପକ୍ଷରୁ ସାର୍ବଜନିନ କରାଯାଇନାହିଁ । ପୁରା ଘଟଣା ସମ୍ପର୍କରେ ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟ୍ କରି ସୂଚନା ଦେବେ ବୋଲି ଜଣା ପଡିଛି ।

By amfnews

Related Post