Tue. Sep 1st, 2026
397 Views

ବାରଣାସୀ: ମଣିଷଙ୍କ ଭଳି ଭଗବାନ ମଧ୍ୟ ସ୍ୱଚ୍ଛ ନିଃଶ୍ୱାସ ପ୍ରଶ୍ୱାସ ନେବେ ଓ ସୁସ୍ଥ ରହିବେ। ତେଣୁ ମନ୍ଦିରରେ ପୂଜା ପାଉଥିବା ଭଗବାନଙ୍କୁ ପ୍ରଦୂଷଣରୁ ମୁକ୍ତି ଦେବା ପାଇଁ ମାସ୍କ ପିନ୍ଧାଯାଇଥିବା ଦେଖିବାକୁ ମିଳିଛି। ତେବେ ଏଭଳି ଘଟଣା ଦିଲ୍ଲୀର ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଦେଖିବାକୁ ମିଳିଛି। ବାରଣାସୀର ପରିବେଶ ପ୍ରଦୂଷିତ ହୋଇଥିବା ସୂଚନା ରହିଛି। ତେଣୁ ଭାଗବାନଙ୍କୁ ପ୍ରଦୂଷଣରୁ ମୁକ୍ତି ଦେବା ପାଇଁ ଶହରର କିଛି ମନ୍ଦିରରେ ଭଗବାନଙ୍କୁ ମାସ୍କ ପିନ୍ଧାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏବେ ଅଧିକ ରହିଛି। ଏହି ପ୍ରଦୂଷଣରୁ ବର୍ତ୍ତିବା ପାଇଁ ଲୋକମାନେ ମାସ୍କ ପିନ୍ଧୁଛନ୍ତି। ଦିଲ୍ଲୀ ସହିତ ୟୁପିର ଅନେକ ଶହରର ବାୟୁମଣ୍ଡଳ ଏବେ ଦୂଷିତ ହୋଇଛି। ମଙ୍ଗଳବାର କାନପୁର ଏବଂ ଲକ୍ଷ୍ନୌର ଅନେକ ପରିବେଶ ପ୍ରଦୂଷିତ ହୋଇଛି। ଯାହାର ପ୍ରଭାବ ଏବେ ବାରଣାସୀରେ ପଡ଼ିଥିବା ଜଣାପଡ଼ିଛି। ଏବେ ବାରଣାସୀର ଏୟାର କ୍ୱାଲିଟି ଇଣ୍ଡେକ୍ସ 400 ରହିଛି।

ବାରଣାସୀରେ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ତେଣୁ ମନ୍ଦିରର ଥିବା ଭଗବାନଙ୍କୁ ମାସ୍କ ପିନ୍ଧାଇବା ପାଇଁ ପୂଜାରୀ ହରିଶ ମିଶ୍ର ଆହ୍ୱାନ କରିଥିଲେ ବୋଲି ଜଣାପଡ଼ିଛି।

By amfnews

Related Post