Sun. May 12th, 2024

ମାଲେଶିଆର ଇଲିଙ୍କ ସହ ପରିଣୟ ସୂତ୍ରରେ ବାନ୍ଧିହେଲେ ଭାରତୀୟ ହକି ଅଧିନାୟକ ମନପ୍ରୀତ

By amfnews Dec 17, 2020 #Featured
134 Views

ନୂଆଦିଲ୍ଲୀ, ଡିସେମ୍ବର ୧୭ : ଟୋକିଓ ଅଲମ୍ପିକ ପାଇଁ ପ୍ରସ୍ତୁତି ଜୋରଦାର ଧରିଥିବା ବେଳେ ଭାରତୀୟ ହକି ଟିମର ଅଧିନାୟକ ମନପ୍ରୀତ ସିଂହ ନିଜର ପ୍ରେମିକା ତଥା ମାଲେଶିଆର ଝିଅ ଇଲି ସିଦ୍ଦୀକିୀଙ୍କୁ ବୁଧବାର ବିବାହ କରିଛନ୍ତି । ଏହି ବିବାହ କାର୍ଯ୍ୟକ୍ରମ ପଂଜାବର ଜଳନ୍ଧରରେ ଅନୁଷ୍ଠିତ ହୋଇଥିଲା । ଜଳନ୍ଧରର ମୀଠାପୁର ନିବାସୀ ମନପ୍ରୀତ ଓ ଇଲିଙ୍କ ବିବାହ ଜିଟିଭି ନଗର ଗୁରୁଦ୍ୱାରରେ ଅନୁଷ୍ଠିତ ହୋଇଥିଲା ।

ଉଭୟ ଇଲି ଓ ମନପ୍ରୀତ ୮ ବର୍ଷ ପୂର୍ବରୁ ସଂର୍ପକରେ ଅଛନ୍ତି । ମାଲେଶିଆରେ ଅନୁଷ୍ଠିତ ୨୦୧୨ ସୁଲତା ଜୋହର କପ ଜୁନିଅର ହକି ଟୁର୍ଣ୍ଣାମେଣ୍ଟ ସମୟରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା । ସେହି ସମୟରେ ମନପ୍ରୀତ ଭାରତୀୟ ଜୁନିଅର ଟିମରେ ଖେଳୁଥିଲେ । କରୋନା ଭାଇରସ ମହାମାରୀ ଯୋଗୁଁ କମ ସଂଖ୍ୟାରେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭାରତୀୟ ଟିମର ବର୍ତ୍ତମାନ ଓ ପୂର୍ବତନ ଖେଳାଳି ମନଦୀପ ସିଂହ, ତଳବିନ୍ଦର ସିଂହ, ବରୁଣ କୁମାର, ଦିଲପ୍ରୀତ ସିଂହ, ଗୁରସାହିବଜୀତ ସିଂହ ଓ ଶମଶେଦ ସିଂହ ବିବାହ ସମ୍ମିଳନୀ ହୋଇଥିଲେ । 

By amfnews

Related Post