Mon. Oct 12th, 2026

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ; ଟ୍ରାକ୍‌ରୁ ଖସିଲା ୭ଟି ବଗି

301 Views

ଭଦ୍ରକ :  ଭଦ୍ରକ-ଧାମରା ରେଳପଥର ପାଳିଆର ଜିଝାରପୁର ନିକଟରେ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଲାଇନଚ୍ୟୁତ ହୋଇ ଯାଇଛି। ଏହି ଟ୍ରେନ୍‌ଟି ଧାମରାରୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଜିଝାରପୁର ନିକଟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିଲା। ଟ୍ରାକ୍‌ରୁ ୭ଟି ବଗି ଖସିଯାଇଥିବା ବେଳେ ଦୁଇଟି ବଗି ସଂପୂର୍ଣ୍ଣ  ଓଲଟି ପଡ଼ିଛି। କିଛି ବଗିରୁ ଚକ ବାହାରି ପଡ଼ିଛି।

ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଘଟଣା ପରେ ଉକ୍ତ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

By amfnews

Related Post