Thu. May 21st, 2026

ମାଲକାନଗିରି ସୀମାନ୍ତରେ ପୁଲିସର କଡା ସୁରକ୍ଷାରେ ମାଓବାଦୀ ଆତଙ୍କିତ। ପିଏଲଜିଏ ସପ୍ତାହର ପ୍ରଥମ ଦିନରେ ନିରିହ ଆଦିବାସୀ ଯୁବକକୁ ହତ୍ୟା।

423 Views

ମାଲକାନଗିରି, ଡିସେମ୍ବର ୦୪ : ମାଲକାନଗିରି ପଡୋଶୀ ରାଜ୍ୟ ଛତିଶଗଡରେ ପୁଲିସ କଡା ସୁରକ୍ଷା ଫଳରେ ମାଓବାଦୀ ମାନେ ବିବ୍ରତ ହୋଇ ପଡିଛନ୍ତି।ଶନିବାର ରାତିରେ ମାଓବାଦୀ ମାନେ ରାଜନନ୍ଦଗାଓଁ ଜିଲ୍ଲା କୋହକା ଥାନା ଅନ୍ତର୍ଗତ ବେଲଗାଓଁ ଗ୍ରାମରେ ଘରେ ପଶି ଗୁଳି କରି ଜଣେ ଯୁବକକୁ ହତ୍ୟା କରିଛନ୍ତି। ଏନେଇ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତରେ ଜୁଟି ଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ ବେଲଗାଓଁ ଗ୍ରାମର ନରେଶ ସଲାମେ (୨୮) ଘରେ ଶୋଇଥିବା ବେଳେ ସଶସ୍ତ୍ର ୨ ମାଓବାଦୀ ରାତି ପ୍ରାୟ ୮ଟା ସମୟରେ ନରେଶ ଘରେ ପହଞ୍ଚି ଶୋଇବାରୁ ଉଠାଇ ପତ୍ନୀ ସମୁଖରେ ଗୁଳି କରି ହତ୍ୟା କରିଥିଲେ।
ସୂଚନାଯୋଗ୍ୟ କି ଘଟଣା ସମୟରେ ନରେଶ ଓ ତାଙ୍କ ପତ୍ନୀ ଘରେ ଶୋଇଥିଲେ।ମାଓବାଦୀ ମାନେ ଶୋଇଥିବା ନରେଶକୁ ଉଠାଇ ପରେ ଗୁଳି ବର୍ଷଣ କରିଥିଲେ।ନରେଶ ଘଟଣା ସ୍ଥଳରେ ଟଳି ପଡିବା ପରେ ମାଓବାଦୀ ମାନେ ଜଙ୍ଗଲ ମଧ୍ୟରେ ଉଭାନ ହୋଇ ଯାଇଥିଲେ।ଏହା ପରେ ମୃତକ ର ପତ୍ନୀ ହତବାକ ରହିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଆଜି ୨ ତାରିଖ ଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି।ମାଓବାଦୀ ମାନେ ଜନ ସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ନିରିହ ଆଦିବାସୀ ମାନଙ୍କୁ ନିଜର ଟାର୍ଗେଟ କରିଛନ୍ତି। ମାଓବାଦୀ ସଂଗଠନ ପିଏଲଜିଏ (ପିପୁଲ୍ସ ଲିବେରେସନ ଅଫ ଗୋରିଲା ଆର୍ମି)ର ପିଏଲଜିଏ ସପ୍ତାହ ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।ପିଏଲଜିଏ ର ୧୯ ତମ ସ୍ଥାପନା ଦିବସ ପାଳନ କରାଯିବ।ଏମିତିରେ ମାଓବାଦୀଙ୍କ ଦ୍ୱାରା କୌଣସି ବଡ଼ ଧରଣର ହିସାଂକାଣ୍ଡ ଘଟାଇବାର ଆଶଙ୍କା କରାଯାଉଛି।
ଏହି ଘଟଣାର ଠିକ ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ରାତିରେ ମାଓବାଦୀ ମାନେ ଛତିଶଗଡ ସୀମାନ୍ତ ମହାରାଷ୍ଟ୍ର ଗଡଚରୋଲି ଜିଲ୍ଲାର ହାଲବାରା ଜଙ୍ଗଲରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଗାଡି ଗୁଡିକୁ ନିଆଁ ଲଗାଇ ଦେଇଥିଲେ।ମାଓବାଦୀ ମାନେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୦ ଜେସିବି,୩ ଟ୍ରାକ୍ଟର,୩ ମାଲ ବାହି ଗାଡି ଓ ଅନ୍ୟାନ୍ୟ ସାମଗ୍ରୀକୁ ନିଆଁ ଲଗାଇଥିଲେ।ମାଓବାଦୀ ମାନେ କୋହକା ଥାନା ଅନ୍ତର୍ଗତ ବେଲଗାଓଁ ନିବାସୀ ଜଣେ ଯୁବକକୁ ଗୁଳି କରି ହତ୍ୟା କରିଛନ୍ତି।କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ବୋଲି ଏସପି କମଳ ଲୋଚନ କଷ୍ୟପ ସୂଚନା ଦେଇଛନ୍ତି।

By amfnews

Related Post