Fri. Sep 4th, 2026

ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଗିରଫ

216 Views

ଜୟପୁର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି। ଗତକାଲି ଅପରାହ୍ଣରେ ସେ ମାଲକାନଗିରିରୁ ବ୍ରହ୍ମପୁର ଯାଉଥିବା ବେଳେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ନିକଟରେ ଜୟପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହି ସମୟରେ ତାଙ୍କ ନିକଟରୁ ୧ଲକ୍ଷ ୯୧ ହଜାର ଜବତ କରାଯାଇଥିଲା।

ବୈପାରୀଗୁଡ଼ା ଠାରେ ତାଙ୍କୁ ଗିରଫ କରାଯିବା ପରେ ତାଙ୍କର ମାଲକାନଗିରି ସ୍ଥିତ ଅଫିସ୍‌, କ୍ୱାର୍ଟର୍ସ ଓ ବ୍ରହ୍ମପୁର ବାସଭବନରେ ଚଢ଼ଉ କରାଯାଇଥିଲା। ଆଜି ବି ଚଢ଼ଉ ରହିଥିବା ଜଣାପଡ଼ିଛି। ତେବେ ଏଯାବତ୍ ଚଢ଼ଉ ବେଳେ ତାଙ୍କର କେତେ ସଂପତ୍ତି ଜବତ କରାଯାଇଛି, ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଶ୍ରୀ ମହାନ୍ତି କହିଛନ୍ତି ଯେ ଗାଡ଼ିରୁ ଜବତ ଟଙ୍କା ତାଙ୍କର ନୁହେଁ। ଘଟଣାର ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ ବିଶ୍ୱାଳ କହିଛନ୍ତି।

By amfnews

Related Post