Fri. May 17th, 2024

ମାଲକାନଗିରି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ, ଖୋଲିଛି ୬୫ ଗୋଟି ମଣ୍ଡି

By amfnews Dec 1, 2020 #Featured
134 Views

ମାଲକାନଗିରି, ଡିସେମ୍ବର 01 : ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ଧାନ କିଣା  ।  ଜିଲ୍ଲାର ମୋଟ ୬୫ ଗୋଟି ମଣ୍ଡିରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜିଲ୍ଲାର ସମନ୍ବିତ ବଜାର କମିଟି କାର୍ଯ୍ୟଳୟରେ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ଦ୍ଵାରା ମଣ୍ଡିରେ ଧାନ କିଣା ପ୍ରକ୍ରିୟା କାର୍ଯ୍ୟକ୍ରମ ର ଉଦଘାଟନ କରାଯାଇଛି  । ଆଜିଠାରୁ ସମସ୍ତ ପଞ୍ଜୀକୃତ ଚାଷୀ ନିଜ ଅମଳ ଧାନ କୁ ବିକ୍ରି କରିପାରିବେ । ଜଣେ ପଞ୍ଜିକୃତ ଚାଷୀ ଗୋଟିଏ ମଣ୍ଡିରେ ୪୦କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ । ତେବେ ଦଲାଲ ମୁକ୍ତ ମଣ୍ଡି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବା ସହ ଭିଡିଓ ରେକଡ଼ିଂ ର ବ୍ୟବସ୍ଥା କରାଯାଇଛି । ସରକାରୀ ନିୟମ ଅନୁଯାୟୀ ଚାଷୀ ଚାହିଁଲେ ବାହାରେ ମଧ୍ୟ ନିଜ ଧାନ ବିକ୍ରି କରିପାରିବେ କିନ୍ତୁ ତାହାକୁ ସେ ନିଜେହିଁ ନେଇ ବିକ୍ରି କରିବାକୁ ପଡିବ । ଏହାସହ ଧାନ ବିକ୍ରି ର କଳାବଜାରି କୁ ରୋକିବା ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଉଛି ବୋଲି ମାଲକାନଗିରି ଜିଲ୍ଲାପାଳ ମତ ଦେଇଛନ୍ତି ।

By amfnews

Related Post