Mon. May 20th, 2024

ମାଲକାନଗିରିରେ ବନ୍ୟା ସ୍ଥିତି ନେଇ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ଦାୟୀ କଲେ ରବି ନାରାୟଣ ନନ୍ଦ

By Prasanta Patnaik Aug 21, 2018 #Featured
239 Views

ଜୟପୁର,ଅଗଷ୍ଟ ୨୧:

 ଓଡିଶା ସୀମାନ୍ତରେ ଜାରୀ ରହିଥିବା ପୋଲାଭରମ ପ୍ରକଳ୍ପ ପାଇ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଥିପାଇଁ ବିଜେପି ଦାୟୀ ବୋଲି ବିଜେଡି ଦଳର ମୁଖପାତ୍ର ରବି ନାରାୟଣ ନନ୍ଦ ପ୍ରକାଶ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ନନ୍ଦ କହିଛନ୍ତି ଯେ ଏହି ପୋଲାଭମରମ ପ୍ରକଳ୍ପ ଆରମ୍ଭରୁ ରାଜ୍ୟ ସରକାର ବିରୋଧ କରୁଥିବା ବେଳେ କେନ୍ଦ୍ରରେ ଥିବା ବିଜେପି ସରକାର ଆନ୍ଧ୍ର ସରକାରଙ୍କୁ ଓ ସେଠାକାର ଲୋକଙ୍କୁ ସୁହେଇଲାଭଳି ପୋଲାଭରମ ପ୍ରକଳ୍ପକୁ ଆଗେଇ ନେଉଛନ୍ତି, ଫଳରେ ଓଡିଶାବାସୀ ଏହାର ଦଶା ଭୋଗୁଛନ୍ତି। ଓଡିଶା ଭଳି ଛତିଶଗଡ ଓ ତେଲଙ୍ଗାନା ମଧ୍ୟ ଦୁର୍ଦ୍ଦଶା ଭଗୁଛନ୍ତି । ସେମାନେ ମଧ୍ୟ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଥିବା ସେ କହିଛନ୍ତି ।

ଲଗାଣ ବର୍ଷା ଅବିଭକ୍ତ କୋରାପୁଟ ଜିଲ୍ଲାରେ କିଛି ନୂଆ କଥା ନୁହଁ । କିନ୍ତୁ ମାଲକାନଗିରିରେ ଯେଉଁ ବନ୍ୟା ହୋଇଛି ତାହା ପାଇଁ ପୋଲଭରମ ପ୍ରକଳ୍ପ ଦାୟୀ। ସିଲେରୁ ଓ ସାବେରୀ ନଦୀର ଜଳ ନିଷ୍ପାସନ ହୋଇପାରୁ ନାହିଁ । ଏହି ନଦୀର ପାଣି ଗୋଦାବରି ଦେଇ ସମୁଦ୍ରକୁ ଯାଉଥିଲା । ମାତ୍ର ଏହି ପ୍ରକଳ୍ପ ହେବା ଯୋଗୁଁ ଏହି ନଦୀର ପାଣି ବତ୍ତମାନ ସେଠାରେ ସ୍ଥିର ହୋଇ ରହୁଛି। ଫଳସ୍ୱରୂପ ଏହି ନଦୀର ପାଣି ମାଲକାନଗିରି ଜିଲ୍ଲାରେ ପଶୁଛି । ତେଣୁ ଏହି ପ୍ରକଳ୍ପ ଯଦି ତୁରନ୍ତ ବନ୍ଦ କରାନଯାଏ ତେବେ ଆଗାମୀ ଦିନରେ ମାଲକାନଗିରି ଜିଲାରେ ଭୟଙ୍କର ବନ୍ୟା ବିଭିଷୀକା ଦେଖାଯିବ ଏଥିରେ ତିଳେ ମାତ୍ର ଆଶଙ୍କା ନାହିଁ । ଏହି ପ୍ରକଳ୍ପକୁ ଆରମ୍ଭ ଦିନ ଠାରୁ ହିଁ ମାଲକାନଗିରି ଜିଲ୍ଲାବାସୀ ଓ ରାଜ୍ୟ ସରକାର ବିରୋଧ କରି ଆସୁଛନ୍ତି। କେନ୍ଦ୍ର ଜଳ ଆୟୋଗ ନିକଟରେ ବିରୋଧ କରାଗଲା ପରେ ବି ଅଦାଲତରେ ଏହି ମାମଲା ବିଚାରାଧିନ ରହିଛି। ଏହି ପ୍ରକଳ୍ପ ଯଦି ଚାଲୁ ରହେ ତେବେ ମାଲକାନଗିରି ଜିଲାରେ ଆଗାମୀ ଦିନରେ ଭୟଙ୍କର ବନ୍ୟା ବିଭିଷୀକା ହେବ ବୋଲି ଶ୍ରୀ ନାରାୟଣ ମତବ୍ୟକ୍ତ କରିଛନ୍ତି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post