Fri. Jul 24th, 2026

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା; ୧୮ ଗିରଫ

169 Views

ଭୁବନେଶ୍ୱର :  ଭୁବନେଶ୍ୱରସ୍ଥିତ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ପରିସର ଗତକାଲି ସନ୍ଧ୍ୟାରେ କିଛି ସମୟ ପାଇଁ ମୁଖା ପିନ୍ଧି ଦୁର୍ବୃତ୍ତଙ୍କ କବଜାକୁ ଚାଲି ଯାଇଥିଲା।  ସେମାନେ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ବହୁ ଦୋକାନକୁ ଭାଙ୍ଗିରୁଜି ଦେଇଥିଲେ। ଏଥିରେ ଭୟଭୀତ ହୋଇ ଦୋକାନୀଙ୍କ ସମେତ ଗ୍ରାହକମାନେ ମଧ୍ୟ ଛତ୍ରଭଙ୍ଗ ଦେଇଥିଲେ। ଏହି ଘଟଣାରେ ପୁଲିସ୍ ୧୮ ଜଣଙ୍କୁ ଗିରଫ କରିଛି । ଗିରଫ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ୨୫ରୁ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ପସରା ମେଲାଇଥିବା ଉଠା ଦୋକାନୀଙ୍କୁ ଗୋଡାଇ ଗୋଡ଼ାଇ ପିଟିଥିଲେ। ହକିଷ୍ଟିକ, ଠେଙ୍ଗା ଓ ଭୁଜାଲି ଧରି ବେଶ୍ କିଛି ସମୟ ପୁରା ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ ଏହି ଯୁବକମାନେ। ଦୁର୍ବୃତ୍ତଙ୍କ ମାଡ଼ରେ କିଛି ଦୋକାନୀ ଆହତ ହୋଇଥିବା ବେଳେ ୧୦୦ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା।

ଦୁର୍ବୃତ୍ତଙ୍କ ଆତଙ୍କରାଜକୁ ଦେଖି ମାର୍କେଟରେ ଥିବା ସାଧାରଣ ଲୋକେ ଓ ଗ୍ରାହକ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ି ପଳାଇ ଯାଇଥିଲେ। ଜନବହୁଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିଲେ ମଧ୍ୟ ଅସାମାଜିକ ଯୁବକମାନେ ବେଶ୍ କିଛି ସମୟ ଧରି ଅରାଜକତା ଚଳାଇବା ପରେ ଘଟଣାସ୍ଥଳରୁ ଫେରାର  ହୋଇଯାଇଥିଲେ।

By amfnews

Related Post