Thu. Sep 3rd, 2026

ମାତିଛନ୍ତି ହାଇଟେକ୍ ଚୋର, ମୁହଁରେ କପଡ଼ା ବାନ୍ଧି ଲୁଟ୍‌

227 Views

ମାଲକାନଗିରି  :  ମାଲକାନଗିରି ସହରରେ ମାତିଛନ୍ତି ହାଇଟେକ୍‌ ଚୋର। ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟ ଠାରୁ ୧୦୦ ମିଟର ଦୂର  ଜାତୀୟ ରାଜପଥ କଡ଼ରେ ଥିବା ଏକ ବିଦ୍ୟୁତ୍‌ ସରଞ୍ଜାମ ଦୋକାନ ଭିତରେ ଅତି ଚତୁରତାର ସହ ହାତ ସଫେଇ କରିଛନ୍ତି ହାଇଟେକ୍‌ ଚୋର। ଏହି ଘଟଣା ଗତ ରବିବାର ରାତିରେ ହୋଇଥିବା ଜଣାପଡ଼ିଛି। ତେବେ ଏହାର ଚିତ୍ର ସିସିଟିଭିରେ କଏଦ ହୋଇଛି।

ଜଣେ ଚୋର ମୁହଁରେ କପଡ଼ା ବାନ୍ଧି ସଟର ତାଲା  କାଟି ଦୋକାନ ଭିତରକୁ ପଶିଥିଲା।  ଏହାପରେ କ୍ୟାସ୍ ବାକ୍ସରୁ ୫୦,୦୦୦ ଟଙ୍କା ନେଇ ନେଇଯାଇଥିଲା। ଏନେଇ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ସିସିଟିଭି ଫୁଟେଜ୍‌ ଆଧାର କରି ଖୋଳତାଡ଼ ଆରମ୍ଭ କରିଛି।

ସେହିପରି ଗତକିଛି ଦିନ ତଳେ ଏକ ସପିଂ ମଲରେ ମୁହଁରେ କପଡ଼ା ବାନ୍ଧି ଏପରି ହାଇଟେକ୍‌ ଉପାୟରେ ଚୋରି ହୋଇଥିଲେ ମଧ୍ୟ  ପୁଲିସ୍‌ ଏପର୍ଯ୍ୟନ୍ତ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ।

By amfnews

Related Post