Sun. Aug 23rd, 2026

ମାଟିତଳୁ ମିଳିଲା ୨୦୦୦ ବର୍ଷ ତଳର ଶହ ଶହ ରୋମାନ୍‌ ମୁଦ୍ରା

252 Views

ଲଣ୍ଡନ: ଇଂଲାଣ୍ଡର ଜଣେ ଧନସଂପତ୍ତି ଖୋଜୁଥିବା କୃଷକ ରାତାରାତି କୋଟିପତି ବନିଯାଇଛନ୍ତି। ସେହି କୃଷକ ଜଣକ ଖେତରେ ଏକ ମେଟାଲ୍‌ ଡିଟେକ୍ଟର ଧରି ସଂପଦ ଖୋଜିବା କାମରେ ନିଜକୁ ନିୟୋଜିତ କରିଥାନ୍ତି। ସେ ପ୍ରତିଦିନ ଏହି କାମ କରନ୍ତି। ତାଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ ନିଶ୍ଚିତ ଭାବେ ଦିନେ ନା ଦିନେ ତାଙ୍କୁ ଏଭଳି ସଂପତ୍ତି ମିଳିବ,ଯାହା ଫଳରେ ସେ କୋଟିପତି ବନିଯିବେ।
ଏହି ୩୬ ବର୍ଷ ବୟସ୍କ କୃଷକ ଜଣକ ପ୍ରତିଦିନ ଭଳି ସେ ଦିନ ବି ନିଜର ମେଟାଲ୍‌ ଡିଟେକ୍ଟର ଧରି ଖେତରେ ଲୁହା ଓ ଧାତୁ ଖୋଜୁଥିଲେ। ସେହି ସମୟରେ ତାଙ୍କ ହାତକୁ ଆସିଥିଲା କୋଟି କୋଟି ଟଙ୍କାର ସଂପତ୍ତି।


ଏହି କୃଷକଙ୍କର ନାମ ହେଲା ମାଇକ୍‌ ସ୍ମେଲ୍‌। ମାଇକ୍‌ ବ୍ରିଡ୍‌ ପୋର୍ଟରେ ଜଣେ କୃଷକଙ୍କ ଖେତରୁ ରୋମାନ୍‌ ସାମ୍ରାଜ୍ୟର ଦୁଇ ହଜାର ବର୍ଷରୁ ମଧ୍ୟ ଅଧିକ ପ୍ରାଚୀନ ମୁଦ୍ରା ପାଇଲେ। ମାଇକ୍‌ଙ୍କୁ ସେଠାରୁ ପ୍ରାୟ ୬ ଶହ ମୁଦ୍ରା ମିଳିଲା, ଯାହାର ଆନୁମାନିକ ମୂଲ୍ୟ ହେଲା ୨ କୋଟି ଟଙ୍କା। ଏହି ମୁଦ୍ରାଗୁଡିକର ମୂଲ୍ୟାୟନ ଲାଗି ପଠାଯାଇଥିଲା। ଏହାପରେ ସେହି ମୁଦ୍ରାଗୁଡିକୁ ସଂଗ୍ରାହଳୟକୁ ବିକ୍ରି କରି କୋଟିପତି ବନିଛନ୍ତି କୃଷକ।

By amfnews

Related Post