Tue. Sep 29th, 2026

ମାଛ ଧରିବାକୁ ଡାକି ନେଇ ନାବାଳିକାକୁ ଦୁଷ୍କର୍ମ

262 Views

ଜୟପୁର : ଚାଷ ଜମିରୁ ମାଛ ଧରିବାକୁ ନାବାଳିକାକୁ ଘରୁ ଡାକିନେଲେ ଗାଁର ଜଣେ ଯୁବକ । ହେଲେ ଚାଷ ଜମିକୁ ନ ଯାଇ ଝିଅଟିକୁ ଜଙ୍ଗଲକୁ ନେଇଯାଇ ଦୁଷ୍କର୍ମ କଲେ। ଘରକୁ ଫେରିବା ପରେ ୬ ବର୍ଷୀୟା ନାବାଳିକା ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଲା।  ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ବି ଏ ଯାଏ ପୁଲିସ୍‌ କାହାକୁ ଗିରଫ କରି ନାହିଁ। ଏପରି ଲଜ୍ଜାଜନକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳରେ ଗତ ବୁଧବାର ହୋଇଥିବା ଅଭିଯୋଗ ହୋଇଛି।

ଗାଁର ଯୁବକ ଡମ୍ୱରୁ ମୁଦୁଲି ସମ୍ପୃକ୍ତ ଶିଶୁ କନ୍ୟାକୁ ଡାକି ନେଇ ଏପରି କାଣ୍ଡ ଘଟାଇଥିବା ଗତକାଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।  ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ପୀଡ଼ିତାକୁ ଜୟପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ପୁଲିସ୍‌ ଅଭିଯୁକ୍ତକୁ  ଗିରଫ କରି ନ ଥିବାରୁ  ଗାଁରେ ଅସନ୍ତୋଷ ଦେଖାଦେଇଛି।

By amfnews

Related Post