Fri. Sep 25th, 2026

ମା’ଙ୍କୁ ମେଲାଣି ଦେବାକୁ ଯାଇ ନଦୀରେ ବୁଡ଼ି ୧୦ ମୃତ

254 Views

ଜୟପୁର : ଗତକାଲି ମା’ ଦୁର୍ଗାଙ୍କୁ ମେଲାଣି ଦେବାକୁ ଯାଇ ନଦୀରେ ବୁଡ଼ି ଯାଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା। ତେବେ ପରେ ଆଉ ୩ ଜଣ ନିଖୋଜ ଥିବା ନେଇ ସୂଚନା ମିଳିବା ପରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା କୁହାଯାଉଛି। ରାଜସ୍ଥାନର ଢୋଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ANI

✔@ANI

UPDATE: A total of 10 people had drowned during Durga idol immersion in Parbati river in Dholpur. https://twitter.com/ANI/status/1181599068667035648 …

ANI

✔@ANI

Rajasthan: Seven people have drowned during Durga idol immersion in Parbati river in Dholpur.

View image on Twitter
View image on Twitter

ଗତକାଲି ଢୋଲପୁରରେ ଥିବା ପାର୍ବତୀ ନଦୀରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଘଟଣ ଘଟିଥିଲା। ଦୁଇଟି ସ୍ଥାନରେ ମୋଟ ୧୦ ଜଣ ନଦୀର ସ୍ରୋତରେ ଭାସି ଯାଇଥିଲେ। ଏହାପରେ ନଦୀ କୂଳରେ ଥିବା ସେପଉ ପୁଲିସ୍ ଷ୍ଟେସନ ନିକଟରୁ ଜଣଙ୍କର ଶବ ଉଦ୍ଧାର ହୋଇଥିଲା। ତା’ପରେ ପାର୍ବତୀ ନଦୀ ସହିତ ଯୋଡ଼ି ହୋଇଥିବା ଚମ୍ୱଲ ନଦୀରୁ ଆଉ ୪ଟି ମୃତଦେହ ଉଦ୍ଧାର କରାଯାଇଥିଲା। ମୋଟ ୭ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ ତିନି ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମୃତଦେହ ଖୋଜିବାକୁ ଉଦ୍ଧାରକାରୀ ଟିମ୍ ଗତକାଲିଠାରୁ ଲାଗିଛନ୍ତି।

By amfnews

Related Post