Wed. Aug 12th, 2026

ମାଆ ହେଲେ ଟେନିସ୍‌ ତାରକା ସାନିଆ ମିର୍ଜା

373 Views

ନୂଆଦିଲ୍ଲୀ, ୩୦ା୧୦: ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟ ତାରକା ସୋଏବ୍‌ ମଲିକ ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେ ଦୁହେଁ ନିଜ ନିଜର କ୍ୟାରିଅରକୁ ନେଇ ଖୁବ୍‌ ବ୍ୟସ୍ତ ଥିଲେ। ତାଙ୍କର ଫ୍ୟାନ୍‌ମାନେ ଅପେକ୍ଷାରେ ଥିଲେ ଯେ କେବେ ସାନିଆ ଓ ସୋଏବ୍‌ ମାଆ,ବାପା ହେବେ।
ଏବେ ସେହି ଶୁଭ ସମୟଟି ଉପନୀତ ହୋଇ ଯାଇଛି। ଆଜି ସକାଳେ ସାନିଆ ମିର୍ଜା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାଯାଇଛି। ଏ ସଂପର୍କରେ ସୋଏବ ମଲିକଙ୍କ ମ୍ୟାନେଜର୍‌ ଅମିମ୍‌ ହକ୍‌ ଟ୍ଵିଟରରେ ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ସାନିଆ ମାଆ ହୋଇଛନ୍ତି ଓ ଉଭୟ ପୁଅ ଓ ମାଆ ସୁସ୍ଥ ଅଛନ୍ତି।


ସାନିଆ ମିର୍ଜା ଗର୍ଭବତୀ ହେବାପରେ ନିଜର କ୍ୟାରିଅରରୁ ସାମୟିକ ବିରତି ନେଇଥିଲେ। ସେ ଚଳିତ ବର୍ଷ ଏପ୍ରିଲ ମାସରେ ଗର୍ଭବତୀ ହୋଇଥିଲେ ବୋଲି ଖବର ମିଳିଥିଲା। ୨୦୧୦ ଟୋକିଓ ଅଲମ୍ପିକ୍‌ରେ ପୁଣି ଅଂଶଗ୍ରହଣ କରିବାର ଲକ୍ଷ୍ୟ ରଖିଛନ୍ତି ସାନିଆ ମିର୍ଜା।
ଚଳଚ୍ଚିତ୍ର ନିର୍ଦ୍ଦେଶିକା ଫରାହ ଖାନ୍‌ ପ୍ରଥମେ ସାନିଆ ମାଆ ହେବାର ଖବର ନିଜର ଇନଷ୍ଟାଗ୍ରାମରେ ଜଣାଇ,ଶୁଭେଚ୍ଛା ଜ୍ଞାପନ କରିଥିଲେ।

By amfnews

Related Post