Thu. Sep 24th, 2026

ମହୁଲପାଟି ଗାଁରେ ହାତୀ ଉପଦ୍ରବ

336 Views

କଂଟାବାଞ୍ଜି, ଜାନୁଆରୀ ୧୪: ଗତ ଦୁଇ ଦିନ ହେବ ତୁରେକେଲା ଅଚଳରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଶନିବାର କନ୍ଦାଗାଡ଼ ଓ ମଲ୍ଲିକଦରୋ ଗାଁରେ ହାତୀ ପଲ ପଶି ବ୍ୟାପକ ଫସଳ ନଷ୍ଟ କରିବା ସହ ଘର ଭାଙ୍ଗି ଥିବା ବେଳେ ଆଜି ଏହି ବ୍ଲକର ମହୁଲପାଟି ଗାଁରେ ହାତୀମାନେ କାହାର ଧାନ ଖାଇ ଦେଇଛନ୍ତି ତ କାହାର କଦଳି ଓ ନଡ଼ିଆ ଗଛ ଉପାଡ଼ି ନଷ୍ଟ କରି ଦେଇଛନ୍ତି। ହାତୀ ଗାଁକୁ ଆସିଥିବା ଖବର ପାଇ କଣ୍ଟାବାଞ୍ଜି ବନ ବିଭାଗ ରେଞ୍ଜର ଏସ. ଡି. ବଡ଼ିମାଳିଙ୍କ ନେତୃତ୍ୟରେ ଏକ ଟିମ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି।

ତେବେ ପ୍ରାୟ ୨୭ ରୁ ଅଧିକ ହାତୀ ଥିବା ବେଳେ ସେମାନେ ବର୍ତ୍ତମାନ ରାଜୁ ଜଙ୍ଗଲରେ ଥିବା ବେଳେ ରାତି ସମୟରେ ଜଙ୍ଗଲ ପାଖ ନିକଟସ୍ଥ ଗାଁକୁ ଆସି ବ୍ୟାପକ ନଷ୍ଟ କରୁଛନ୍ତି। ଅନ୍ୟ ପକ୍ଷରେ ବନ ବିଭାଗ ଠିକରେ କାମ କରୁନଥିବା ଯୋଗୁ ହାତୀ ଗାଁକୁ ଆସୁଛନ୍ତି ବୋଲି କ୍ଷତିଗ୍ରସ୍ତ ଚାଷୀ ମୋତିଲାଲ ସାହୁ ତୁରେକେଲା ଥାନାରେ ବନ ବିଭାଗ ବିରୋଧରେ ଅଭିଯୋଗ କରିଛନ୍ତି। ତେବେ ହାତୀ ପଲ କେମିତି ଗାଁ ମୁହାଁ ନ ହେବେ ତାହା ଚେଷ୍ଟା କରାଯାଉଛି ଏବଂ ଯେଉଁ ଚାଷୀମାନଙ୍କ ଫସଲ ନଷ୍ଟ କରିଛନ୍ତି ତାହା ସରକାରୀ ନିୟମ ହିସାବରେ ସେମାନେ ଅଭିଯୋଗ କଲେ ତାଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ରେଞ୍ଜର ଶ୍ରୀ ବଡ଼ମାଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

By amfnews

Related Post