Tue. Sep 29th, 2026

ମହିଳାଙ୍କୁ ଯୌତୁକ ନିର୍ଯାତନା, ୪ ଜଣଙ୍କୁ ଦେଢ଼ ବର୍ଷ ଜେଲ

291 Views

ଭୁବନେଶ୍ବର, ଡିସେମ୍ବର ୦୮ : ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି କରି ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ଦ‌େଢ଼ ବର୍ଷ ଜେଲ ଓ ୧୫ ଶହ ଟଙ୍କା ଜରିମାନା କରିଛନ୍ତି। ସେମାନେ ହେଲେ ଜଟଣୀ ଅଞ୍ଚଳର ତଥା ମହିଳାଙ୍କ ସ୍ବାମୀ ଫିରୋଜ ଖାନ୍, ଅମଜାଦ ଖାନ୍, ରସିଦା ବିବି, ବାନୋ ପ୍ରମୁଖ। ଫିରୋଜ ୨୦୦୦ ମସିହାରେ ଜଣେ ମହିଳା ଖୁସ୍‌ବୁ( ଛଦ୍ମନାମ)ଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଅଧିକ ଯୌତୁକ ଦାବି କରି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଏ ନେଇ ଜଟଣୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭତ୍ତି କରି ଅଦାଲତ ଏଭଳି ରାୟ ଶୁଣାଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଶ୍ବରଂଜନ ରାଉତ ସୂଚନା ଦେଇଛନ୍ତି।

By amfnews

Related Post