Fri. Aug 14th, 2026

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ଏଏସଆଇ ଗିରଫ

203 Views

ମୟୂରଭଞ୍ଜ: କପ୍ତିପଦା ଥାନା ଅଂଚଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଛନ୍ଦି ହୋଇ ବଦଳି ହୋଇଥିବା ଏ ଏସ ଆଇ ଶୁଭେନ୍ଦୁ ବେହେରା ଗିରଫ । ଗତ ମେ ୧୩ ତାରିଖ ବିଳମ୍ବିତ ରାତ୍ରିରେ କପ୍ତିପଦା ଥାନା ଅଂଚଳରେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରୁଥିବା କପ୍ତିପଦା ଥାନାରେ ଅଭିଯୋଗ ଆଣିଥିଲେ ମହିଳା ହେଲେ କପ୍ତିପଦା ଥାନା ଅଧିକାରୀ ଏକତରଫା ତଦନ୍ତ କରି ଏଏସଆଇ କୁ ପରିବାର ଲୋକେ ମାଡ ମାରିଥିବା ଅଭିଯୋଗରେ ଉଦଳା କାରାଗାରକୁ ପଠାଇ ଦେଇଥିଲେ ।

ଜେଲରେ ୩ଟି ଛୋଟ ପିଲା ୨ ମହିଳା ୨୩ଦିନ ରହି ଜାମିନରେ ଆସିବାପରେ ବାପ ପୁଅ ଜେଲରେ ୮୦ ଦିନ କାଳ କାଟିଲେ । ଅପରପଟେ ବିନା ଦୋଷରେ ଦୀର୍ଘ ୩ମାସ କାଳ ଜେଲରେ କାଳ କଟିବା ପରେ ନ୍ୟାୟ ପାଇବା ପାଇଁ ସେପ୍ଟେମ୍ବର ୧୬ ତାରିଖରେ ସମ୍ପୃକ୍ତ ପୀଡ଼ିତା ସହ ପରିବାର ଲୋକେ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ତେବେ ଖୁବ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନବୀନଙ୍କ ଅଫିସରୁ ପ୍ରତିଶ୍ରୁତି ମିଳିବାପରେ ପରିବାର ଲୋକ ଘରକୁ ଫେରିଥିଲେ । ତେବେ ତଦନ୍ତ କରାଯାଇ ଏସ୍ପିଙ୍କ ନିର୍ଦେଶରେ ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ ଗିରଫ କରାଯାଇଛି । ତେବେ ପୀଡ଼ିତଙ୍କ କହିବା ଅନୁସାରେ ତଦନ୍ତରେ ହେଳା କରିଥିବା ଥାନାଧିକାରୀ , ତଦନ୍ତକାରୀ ଅଧିକାରୀ ମିନି ଭୋଇଙ୍କୁ ଗିରଫ କରାଯାଉ ।

By amfnews

Related Post