Sat. Apr 25th, 2026

ମହିଳାଙ୍କୁ କାମୁଡ଼ି ଜେଲ ଗଲେ ଯୁବକ

292 Views

ବାଲିଅନ୍ତା,ଅକ୍ଟୋବର,୨୩: ଜଣେ ମହିଳାଙ୍କୁ ଟଣାଓଟରା କରିବା ସହ କାମୁଡ଼ି ଦେବା ଅଭିଯୋଗରେ ବାଲିଅନ୍ତା ଥାନା ପୁଲିସ ଗୁଆବାଡ଼ିସାହିର ହେମନ୍ତ ଭୋଇ (୨୭) ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମ˚ଜୁର ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ ସୂଚନା ମିଳିଛି। ତାଙ୍କ ବିରୋଧରେ ଉକ୍ତ ଗ୍ରାମର ଉର୍ମିଳା ଭୋଇ ନାମକ ଜଣେ ମହିଳା ଲିଖିତ ଅଭିଯୋଗ କରିଥିଲେ। ଉର୍ମିଳାଙ୍କ ଅଭିଯୋଗ ଅନୁଯାୟୀ ରବିବାର ରାତିରେ ମା ’ ମଙ୍ଗଳା ମନ୍ଦିର ପରିସରରେ ମହିଳାମଣ୍ତଳ ସଭା ଚାଲିଥିବା ବେଳେ ହେମନ୍ତ ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଉର୍ମିଳା ବିରୋଧ କରିବାରୁ ହେମନ୍ତ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ କାମୁଡ଼ି ଆହତ କରି ଦେଇଥିଲା।

ପତ୍ନୀଙ୍କୁ ନିର୍ଯାତନା, ପତି ଗିରଫ

ଭୁବନେଶ୍ବର : ଯୌତୁକ ନେଇ ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ମହିଳା ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ସେ ହେଲା କଟକ ଜିଲ୍ଲା ସିଡିଏ ଅଞ୍ଚଳର ମୁକେଶ ବେହୁରା(୩୫)।

ପୁଲିସ ସୂଚନା ମୁତାବକ, ଗତ ୨୦୧୫ରେ ମୁକେଶ ପାତ୍ରପଡ଼ା ଅଞ୍ଚଳର ଶୁଭଶ୍ରୀ ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ତେବେ ବିବାହର କିଛିଦିନ ପରେ ଅଧିକ ଯୌତୁକ ପାଇଁ ଶୁଭଶ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ଅତ୍ୟାଚାର ସହି ନପାରି ଶୁଭଶ୍ରୀ ପାତ୍ରପଡ଼ା ସ୍ଥିତ ବାପ ଘରକୁ ଚାଲିଆସିଥିଲେ। ତେବେ ଗତ କିଛିଦିନ ତଳେ ମୁକେଶ ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ଶୁଭଶ୍ରୀଙ୍କୁ ଘରକୁ ନେବାକୁ ବାଧ୍ୟ କରିଥିଲା। ହେଲେ ଶୁଭଶ୍ରୀ ଏଥିରେ ରାଜି ହୋଇ ନଥିଲେ। ମୁ‌େକଶ ରାଗିଯାଇ ଗାଳିଗୁଲଜ କରିବା ସହ ଶୁଭଶ୍ରୀଙ୍କୁ ମାଡ଼ ମାରିଥିଲା। ଶ୍ବଶୁର ଘର ଲୋକ ପ୍ରତିବାଦ କରିବାରକୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲା। ଏନେଇ ଶୁଭଶ୍ରୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଆଜି ପୁଲିସ ମୁକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ହୋଟେଲ୍‌ରେ ଗଣ୍ତଗୋଳକରି ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ରବିବାର ରାତିରେ ନାଲ୍‌କୋ ଛକରେ ଥିବା ଏକ ହୋଟେଲ୍‌ର ଦୁଇ ଜଣ କର୍ମଚାରୀ ପରସ୍ପର ମଧୢରେ ଗଣ୍ତଗୋଳ କରି ରକ୍ତାକ୍ତ ହୋଇଛନ୍ତି। ସେମାନଙ୍କ ମଧୢରୁ ମନୋଜ ବାରିକ ଚିନ୍ମୟ ମାନସି˚ ନାମକ ଯୁବକଙ୍କୁ ଏକ ଧାରୁଆ ଛୁରିରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ପହଞ୍ଚି ଅଭିଯୁକ୍ତ ମନୋଜକୁ ଗିରଫ କରିବା ସହ ତା’ଠାରୁ ଛୁରି ଜବତ କରିଛି। ଏହି ଘଟଣାନେଇ ଚିନ୍ମୟ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି।

By amfnews

Related Post