Tue. Sep 29th, 2026

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ଭାଇରାଲ୍

344 Views

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିଭିନ୍ନ ବେଶର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମନ୍ଦିର ଭିତରେ ହେଉଥିବା ମହାପ୍ରଭୁଙ୍କ କାର୍ତ୍ତିକ ଓ ଦାମୋଦର ବେଶର ଫଟୋ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ପ୍ରଦୀପ୍ତ ପାତ୍ର ନାମକ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରୁ ଏହି ଫଟୋ ଭାଇରାଲ ହୋଇଛି।

ସୂଚନାଯୋଗ୍ୟ, ଗତ ୨୮ ତାରିଖରେ  ମଧ୍ୟ ଏପରି ଏକ ଭିଡିଓ ସାମନାକୁ ଆସିଥିଲା।  ପୁରୀ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ  ଟିକ୍‌ଟକ୍‌ରେ  ଭାଇରାଲ୍‌ ହୋଇଥିଲା। ଜଣେ ଯୁବତୀ ଏହି ଭିଡିଓ କରିଥିଲେ।  ସେଥିରେ ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖର ଦୃଶ୍ୟ ଓ ଭୋଗ ପାଇଁ ଅବଢ଼ା ବୁହାଯିବା ବେଳର ଦୃଶ୍ୟ କଏଦ ହୋଇଥିଲା।

By amfnews

Related Post