Sun. Apr 26th, 2026

ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀରେ ଯୋଗଦାନ

364 Views

ରାଉରକେଲା, ୨୨ା୧୧ : ଇସଲାମ ଧର୍ମର ପ୍ରବର୍ତ୍ତକ ଆଲ୍ଲାଙ୍କ ଦୂର ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ଅବସରରେ ରାଉରକେଲାର ମୁସଲିମ ସମ୍ପ୍ରଦାୟ ତରଫରୁ ବିଭିନ୍ନ କଲୋନୀ ଠାରେ ଜୁଲୁସ୍ ବାହାରିଥିଲା । ବିଧାୟକ ଦିଲୀପ ରାୟ ସମସ୍ତ ମୁସଲିମ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ପ୍ରତିନିଧି ମଣ୍ଡଳୀକୁ ଜୁଲୁସ୍ରେ ସାମିଲ୍ ହେବାକୁ ଜଣାଇବା ପରେ ହରିହର ରାଉତରାୟ, ରମେଶ ବଳ, ସବିତା ଖାତୁନ, ରସିଦ ଅସଲମ, ଇରଶାଦ ଖାଁ, ଆକବର ଖାଁ, ଏ.ଆଚ୍. କ୍ୟୁରେସୀ, ଇସ୍ତକ ଆଲମ, ଏମ୍ଡି ଆଲମିରେଜ, ଏମ୍ଡି ସାହାବୁଦ୍ଦିନ, ଅବିନାଶ ଜେନା, ଆଦିଲ ରସିଦ, ଏମ୍ଡି ଇମରାନ, ରଣଜିତ ନାୟକ, ଏମ୍ଡି ନଜିମୁଦ୍ଦିନ, ଏମ୍ଡି ଶରଫରାଜ, ଅମ୍ଭୁଜ ସାହୁ, ପବନ ଜଲାନ, ସୋହେଲ ନିଜାମ, ଶେଖ ସିଦ୍ଦିକ, ଏମ୍ଡି ମିନାଜ, ହାଜି ମକସୁଦ, ଏମ୍ଡି ମୁସୁକିନା, ତାରାକ୍ରିଷ୍ଣ, ଏମ୍ଡି ଅଫତାବ ପ୍ରମୁଖ କୋଏଲ ବ୍ୟାଙ୍କ ଜୁଲୁସରେ ସାମିଲ୍ ହୋଇଥିଲେ ।

ପରେ ରାଉରକେଲାର ବିଭିନ୍ନ ମହଲାରୁ ବାହାରିଥିବା ଜୁଲୁସରେ ସାମିଲ୍ ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଭାଇଚାରାର ନିଦର୍ଶନ ଦେଖାଇଥିଲେ । ଶାନ୍ତିଶୃଙ୍ଖଳାର ସହ ଜୟନ୍ତୀର ବିଶାଳ ଜୁଲୁସରେ ଶହ ଶହ ଯୁବକ ସାମିଲ୍ ହୋଇ ଶାନ୍ତିପୂର୍ବକ ଶେଷ ହୋଇଥିବାରୁ ବିଧାୟକ ଶ୍ରୀ ରାୟ ପୁଲିସ୍ ପ୍ରଶାସନର ପ୍ରଶଂସା କରିଛନ୍ତି ।

By amfnews

Related Post