Wed. May 8th, 2024

ମହଙ୍ଗା ହେବ ନନ୍ଦନକାନନ ବୁଲା, ଏପିଲ ୧ରୁ ବଢ଼ିବ ପ୍ରବେଶ ଶୁଳ୍କ

By amfnews Mar 31, 2018 #Featured
275 Views

ନନ୍ଦନକାନନ ବୁଲିବା ଏବେ ମହଙ୍ଗା ହେବ । ଉକ୍ରଳ ଦିବସ ଠାରୁ ନନ୍ଦନକାନନର ପ୍ରବେଶ ଶୁଳ୍କ ବଢ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସମୟରେ ୧୨ ବର୍ଷରୁ ଅଧିକ ବର୍ଷ ବ୍ୟକ୍ତିଙ୍କ ଲାଗି ପ୍ରବେଶ ଶୁଳ୍ପ ରହିଛି ୪୦ ଟଙ୍କା, ଯାହା ଆସନ୍ତା ଏପ୍ରିଲ ୧ ତାରିଖରେ ବଢ଼ି ୫୦ ଟଙ୍କା ହେବ । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ନନ୍ଦନକାନନର ପ୍ରବେଶ ଶୁଳ୍କ ବଢ଼ିବା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ଗତ ଫେବୃଆରୀ ୧୩ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରବେଶ ଶୁଳ୍କ ବଢ଼ାଇବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଖକୁ ଚିଠି ଲେଖିଥିଲେ । ବିଜ୍ଞପ୍ତିରେ ପ୍ରବେଶ ଶୁଳ୍କ ବ୍ୟତୀତ ଆଉ କୌଣସି ଶୁଳ୍କ ବୃଦ୍ଧି କରାଯିବାନି ବୋଲି ଉଲ୍ଲେଖ କରାଯାଇଛି । ଛୋଟ ପିଲାଙ୍କ ସହ ବିଦେଶୀ ପର୍ଯ୍ୟଟକଙ୍କ ଲାଗି ଥିବା ୧୦୦ ଟଙ୍କାର ପ୍ରବେଶ ଶୁଳ୍କ ଅପରିବର୍ତ୍ତିତ ରହିଛି ।

By amfnews

Related Post