Sun. Jul 5th, 2026

ମମତା ବାନାର୍ଜୀ ଓ ଡାକ୍ତରଙ୍କ ବୈଠକ ବାତିଲ୍, ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ

180 Views

କୋଲକାତା : କୋଲକାତା ସ୍ଥିତ ନୀଲ ରତ୍ନ ସରକାରୀ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ବିବାଦ ଏବେ ସାରା ଦେଶକୁ ବ୍ୟାପିଛି। ପରିଣାମସ୍ୱରୂପ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ(ଆଇଏମ୍‌ଏ)ର ଡାକ୍ତରମାନେ ୨୪ ଘଣ୍ଟିଆ ଆନ୍ଦୋଳନ କରିଛନ୍ତି।

ଏହି ଧର୍ମଘଟ ସମୟରେ ସମସ୍ତ ଅଣଜରୁରୀ ସେବା ବନ୍ଦ ରହିବ ଏବଂ ହସ୍ପିଟାଲଗୁଡ଼ିକରେ ସକାଳ ୬ଟାରୁ ଓପିଡି ମଧ୍ୟ ବନ୍ଦ ରହିଛି। ଏହି ଆନ୍ଦୋଳରେ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମଧ୍ୟ ସାମିଲ୍ ହୋଇଛନ୍ତି।

ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଡାକ୍ତରଙ୍କ ଆଲୋଚନା ହୋଇପାରିବ ନାହିଁ ବୋଲି ସୂଚନା ରହିଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ଗଣମାଧ୍ୟମ ଉପସ୍ଥିତି ନରହିଲେ ବୈଠକ ହୋଇପାରିବ ନାହିଁ ବୋଲି ଆଇଏମଏ କହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଆଇଏମଏର ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିବାରୁ ବୈଠକ ବାତିଲ୍ ହୋଇଥିବା ସୂଚନା ରହିଛି। ଏହି ଆନ୍ଦୋଳନରେ କିନ୍ତୁ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ଡାକ୍ତରମାନେ ସାମିଲ ହୋଇନାହାନ୍ତି । ତେଣୁ ରୋଗୀ ଓପିଡ଼ି ଯାଇ ଚିକିତ୍ସା କରାଇପାରିବେ।

By amfnews

Related Post