Fri. May 22nd, 2026

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି ଅପରାଧିକ ପୃଷ୍ଠଭୂମି ଥିବା ୭୫୯ ଜଣ ପ୍ରାର୍ଥୀ

375 Views

ଭୋପାଳ, ନଭେମ୍ବର ୨୮: ଆଜି ଚାଲିଛି ମଧ୍ୟପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ। ମଧ୍ୟପ୍ରଦେଶର ୨୩୧ଟି ଆସନ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୨ହଜାର ୮ଶହ ୯୯ ଜଣ ପ୍ରାର୍ଥୀ। ଗୁରୁତ୍ୱପୂର୍ଣ୍ଣ ହେଉଛି ୧୮୩ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ନେଇ ନିର୍ବାଚନ କମିସନ େଓ୍ଵବ୍‌ ସାଇଟରେ ଯେଉଁ ତଥ୍ୟ ଦେଇଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଅବଶିଷ୍ଟ ୨୭୧୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୫୯ ଜଣ ପ୍ରାଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଥିବା ସେମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାୟର କରିଥିବା ସତ୍ୟପାଠରୁ ଜଣାଯାଇଛି।

ନିର୍ବାଚନ ଓ ରାଜନୀତିରେ ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ନାମକ ଏକ ବେସରକାରୀ ଅନୁଷ୍ଠାନ ମଧ୍ୟପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀମାନେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ସେଥିରେ ଥିବା ତଥ୍ୟକୁ ଆଧାର କରି କହିଛି ଯେ ନିର୍ବାଚନ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪୬୪ ଜଣ ସେମାନଙ୍କ ନାମରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ସେହିପରି ୨୯୫ ଜଣ ସେମାନଙ୍କ ନାମରେ ଜଘନ୍ୟ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଅର୍ଥାତ ମୋଟ୍‌ ୨୮ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି ଅର୍ଥାତ ୭୫୯ ଜଣ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଛି। ସେହିପରି ୨୦୧୩ରେ ମୋଟ୍‌ ୨୪୯୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୭୦ ଜଣଙ୍କର ଅପରାଧିକ ପୃଷ୍ଠଭୂମି ଥିବା ସେମାନଙ୍କ ସତ୍ୟାପାଠରୁ ଜଣାପଡ଼ିଥିଲା।

By amfnews

Related Post