Thu. Jun 11th, 2026

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଅସ୍ପଷ୍ଟ ଜନମତ: ସରକାର ଗଢ଼ିବା ନେଇ ବିଜେପି, କଂଗ୍ରେସର ଉଦ୍ୟମ ଆରମ୍ଭ

230 Views

ଭୋପାଳ, ଡିସେମ୍ବର୧୧ :  ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହେଉଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିର ଯେଉଁ ଆଗୁଆ ସୂଚନା ମିଳୁଛି, ସେଥିରେ  ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ସେଠାରେ ଦୀର୍ଘ ୧୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ଓ ରମଣ ସିଂହଙ୍କୁ ଜନତା ଏହି ନିର୍ବାଚନରେ ଅସ୍ୱୀକାର କରିଛନ୍ତି।

ସେହିପରି କଂଗ୍ରେସକୁ ମିଜୋରାମ୍‌ରେ ବଡ଼ ଝଟକା ଲାଗିଛି। ସେଠାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥାନାଓ୍ଵାଲା ନିଜେ ପରାସ୍ତ ହେବା ସହିତ ଏମଏନଏଫ ପାଇଁ ସରକାର ଗଠନ ନିମନ୍ତେ ରାସ୍ତା ପରିସ୍କାର କରି ଦେଇଛନ୍ତି। ଅପରପକ୍ଷେ ତେଲେଙ୍ଗାନାରେ  ପ୍ରସ୍ତାବିତ ମହାମେଣ୍ଟକୁ ବଡ଼ ଝଟକା ଲାଗିଛି। ସେଠାରେ ଟିଡ଼ିପି ଓ କଂଗ୍ରେସ ମେଣ୍ଟକୁ  ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବଡ଼ ଧକ୍କା ଦେଇଛନ୍ତି।  ବର୍ତ୍ତମାନ ସୁଦ୍ଧା ମିଳୁଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ ପୂର୍ଣ୍ଣ ବହୁମତ ସହିତ ପୁଣି କ୍ଷମତାସୀନ ହେବାକୁ ଯାଉଛନ୍ତି।

By amfnews

Related Post