Thu. Jun 11th, 2026

ମଧ୍ୟପ୍ରଦେଶର ରାଇସେନରେ ନଈ ମଧ୍ୟକୁ ବସ୍‌ ଖସି ୬ ମୃତ, ୧୮ ଆହତ

337 Views

ନୂଆଦିଲ୍ଲୀ  : ବୁଧବାର ରାତିରେ ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଗୋଟାଏ ବସ୍‌ ନଈ ଭିତରକୁ ଖସି ପଡ଼ିବାରୁ ଜଣେ ୨ ବର୍ଷିୟ ପିଲା ସମେତ ଅନ୍ୟୂନ ଛଅଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଅଠର ଜଣ ଆହତ ହୋଇଛନ୍ତି।

ଘଟଣାଟି ରାତ୍ରୀ ପ୍ରାୟ ୧ଟା ବେଳେ ଘଟିଛି। ବସ୍‌ଟି ୪୫ ଜଣ ଯାତ୍ରୀଙ୍କୁ ଧରି ଇନ୍ଦୋରରୁ ଚତରପୁରକୁ ଯାଉଥିଲା। ଦୁର୍ଘଟଣା ପରେ ପରେ ବରିଷ୍ଠ ଅଧିକାରୀଙ୍କ ପୁଲିସ ଏବଂ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଦତାରଖ କରିଥିଲେ। ଆହତ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ସାତ ଜଣଙ୍କୁ ରାଇସେନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସାଙ୍ଘାତିକ ଥିବା ୧୧ ଜଣଙ୍କୁ ଭୋପାଳକୁ ରେଫର୍‌ କରାଯାଇଛି।

ଜିଲ୍ଲାପାଳ ଉମାଶଙ୍କର ଭାର୍ଗବ କହିଛନ୍ତି: ନାଳର ସ୍ରୋତ ଅତି ପ୍ରଖର ଥିଲା। ବସ୍‌ର ଦୁଇ ତୃତୀୟାଂଶ ପାଣିରେ ବୁଡ଼ି ରହିଛି। ଆମେ ଶବ ଉଦ୍ଧାର କରିଛୁ। ସାଂଘାତିକ ଆହତ ଯାତ୍ରୀମାନଙ୍କୁ ଭୋପାଳ ଡାକ୍ତରଖାନା ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଛି।
ଭାର୍ଗବ ଆହୁରି କହିଛନ୍ତି ଯେ ସାଙ୍ଘାତିକ ଆହତ ଯାତ୍ରୀମାନଙ୍କୁ ରେଡ୍‌ କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ ଓ ସାମାନ୍ୟ ଆହତ ଯାତ୍ରୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି।

By amfnews

Related Post