Fri. Jul 3rd, 2026

ମଦ ପିଇବାକୁ ମନା କରିବାରୁ ଯବାନଙ୍କୁ ପିଟିଲେ ମେଜର

230 Views

ପୁଣେ : ସେନା ବାହିନୀରେ କାର୍ଯ୍ୟ କରୁଥିବା ଜଣେ ଯବାନ ତାଙ୍କ ମେଜର ଓ ଅନ୍ୟ ୩ ଜଣଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯବାନ ଜଣଙ୍କ ମଦ ପିଇବାକୁ ମନା କରିବାରୁ ମେଜର ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ମାଡ଼ ମାରିଥିବା ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ସଂଘଭୀ ପୁଲିସ୍‌ ମେଜର ଓ ତାଙ୍କ ସହଯୋଗୀମାନଙ୍କ ନାଁରେ ହତ୍ୟା ଉଦ୍ୟମ ଓ ଗଣ୍ଡଗୋଳ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ ଜାରି କରିଥିବା ରିଲିଜ୍‌ ଅନୁଯାୟୀ, ପୁଣେରେ ଥିବା ଅଉନ୍ଧା ମିଲିଟାରୀ ଷ୍ଟେସନ୍‌ର ବାରାକ ମଧ୍ୟରେ ଜୁନ୍‌ ୩ ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିଲା। ପ୍ରଥମେ ମେଜର ଓ ତାଙ୍କର ୩ ଜଣ ସହଯୋଗୀ ବାରାକ ମଧ୍ୟରେ ମଦ ପିଇଥିଲେ। ଏହାପରେ ସେମାନେ ଯବାନ ଜଣଙ୍କୁ ମଦ ପିଇବାକୁ ଡାକିଥିଲେ। ହେଲେ ସେ ରୋକଠୋକ ମନା କରିଦେଇଥିଲେ। ଏଥିରେ ରାଗି ଯାଇ ମେଜର ଏବଂ ତାଙ୍କର ସହଯୋଗୀମାନେ ତାଙ୍କୁ ଆକ୍ରମଣ କରିଥିଲେ।

ମାଡ଼ ଖାଇବା ପରେ ଯବାନ ଜଣଙ୍କ ଅଚେତ ହୋଇଯାଇଥିଲେ। ଚେତା ଫେରିଲା ବେଳକୁ ସେ ହସ୍ପିଟାଲ୍‌ରେ ରହିଥିଲେ। ପୁଲିସ୍‌ ଆର୍ମି ସହ ଯୋଗାଯୋଗ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post