Thu. Jul 2nd, 2026

ମଦ୍ୟ ପାନକରି ମୁମ୍ବାଇ ପୁଲିସକୁ ଆକ୍ରମଣ କଲେ ୪ ଯୁବତୀ; ୩ ଗିରଫ ଜଣେ ଫେରାର

338 Views

ମୁମ୍ବାଇ: ମଙ୍ଗଳବାର ରାତିରେ ଭୟାନ୍ଦର ଅନ୍ତର୍ଗତ ଏକ ଖେଳପଡ଼ିଆରେ ବିଚିତ୍ର କାଣ୍ଡ କରି ପୁଲିସବାଲାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ୪ ଜଣ ୨୨/୨୩ ବର୍ଷୀୟ ଯୁବତୀଙ୍କୁ ବୁକ୍‌ କରାଯାଇଛି। ସମ୍ପୃକ୍ତ ପୁଲିସବାଲାମାନେ ୪ ଉତ୍ସୃଙ୍ଖଳ ଯୁବତୀଙ୍କୁ ଚୁପ୍‌ ରହିବାକୁ ବୁଝାଶୁଝା କରାଉଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି; ଅନ୍ୟ ଜଣେ ଫେରାର ହୋଇ ଯାଇଛନ୍ତି।

୨୫ ବର୍ଷୀୟ ମମତା ମେହେର, ୨୩ ବର୍ଷୀୟ ଆଲିଶା ପିଲାଇ, ୨୨ ବର୍ଷୀୟ କମଳ ଶ୍ରୀବାସ୍ତବ ଏବଂ ୨୨ ବର୍ଷୀୟ ଜେସି ଡି’କୋଷ୍ଟା ମୀରା ରୋଡ୍‌ସ୍ଥିତ ପାର୍ଟିରେ ଅନେକ ଥର ମଦ୍ୟପାନ କରିବା ପରେ ରାତି ପ୍ରାୟ ୨ଟା ବେଳେ ମାତାଲ ହୋଇ ମ୍ୟାକ୍ସସ୍‌ ମଲ୍‌ ନିକଟରେ ଥିବା ସହିଦ ଭଗତସିଂହ ପଡ଼ିଆରେ ପହଞ୍ଚିଥିଲେ।

ପଡ଼ିଆରେ ୪ ବାନ୍ଧବୀ ପାଟିତୁଣ୍ଡ ଲାଗିବାରୁ ଲୋକ ଗହଳି ବଢ଼ିଗଲା। ରାତ୍ରୀ ପାଟ୍ରୋଲ୍‌ରେ ଥିବା ୩ ଜଣ ପୁଲିସବାଲା ସେଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଥିବା ମହିଳା ପୁଲିସ ମନୀଷା ପାଟିଲ୍‌ ୪ ବାନ୍ଧବୀଙ୍କୁ ବୁଝାଶୁଝା କରି ଚୁପ୍‌ ରହିବାକୁ କହିଲେ। ଏଥିରେ ଚାରିହେଁ ଉତ୍ତ୍ୟକ୍ତ ହୋଇ ପୁଲିସବାଲାଙ୍କୁ ଗାଳିଫଜିତ କରିବା ସହ ମାରଧର କଲେ। ଏ ଘଟନାବଳୀକୁ ଦେଖଣାହାରୀମାନେ ସେଲ୍‌ଫୋନ୍‌ରେ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରି ଦେଇଛନ୍ତି।

By amfnews

Related Post