Fri. May 3rd, 2024

ମଣ୍ଡି ନଖୋଲିବାରୁ ଚାଷି ଅସନ୍ତୋଷ

176 Views

ଓଡାପଡା : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ନୟାଭାଗିରଥିପୁର ସେବା ସମବାୟ ସମିତିରେ ଚିନା ବାଦାମ, ମୁଗ, ବିରି ମଣ୍ଡି ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତିକ୍ରମେ କୃଷି ବିଭାଗ ଡାକବାଜି ଯନ୍ତ୍ର ଦ୍ୱାରା ଚାଷୀମାନଙ୍କୁ ସଚେତନ କରାଇଥିଲେ  । ଗତ ମେ ମାସ ୨୨ ତାରିଖରେ ଏହି ମଣ୍ଡି ଖୋଲିବାପାଇଁ କୁହା ଯାଇଥିଲେ ମଧ୍ୟ ସେହିଦିନ ନଖୋଲି ଜୁନ୍ ୨୨ ତାରିଖକୁ ଧାର୍ଯ୍ୟ କରିଥିଲେ  ।

ସେହି ଅନୁସାରେ ଶୁକ୍ରବାର ଚାଷୀମାନେ ସେମାନଙ୍କର ଚିନାବାଦାମ, ମୁଗ, ବିରି ଧରି ନୟାଭାଗିରଥିପୁର ସେବା ସମବାୟ ସମିତିରେ ପହଞ୍ଚିବା ପରେ ସମିତିର ସମ୍ପାଦକ ମଣ୍ଡିପାଇଁ କୌଣସି ଅଧିକାରୀ ଆସି ନଥିବା ପ୍ରକାଶ କରିବାପରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଓଡାପଡା କୃଷି କାର୍ଯ୍ୟାଳୟକୁ ଆସି ପ୍ରତିବାଦ କରିବା ସହିତ କାର୍ଯ୍ୟାଳୟକୁ ତାଲା ପକାଇ ଧାରଣା ଦେଇ ଥିଲେ  ।

ଏ ସମ୍ବନେ୍ଧ ଓଡାପଡା କୃଷି ଅଧିକାରୀ ପ୍ରମୋଦ କୁମାର ପ୍ରଧାନଙ୍କୁ ପଚାରିବାରୁ ଚାଷୀମାନଙ୍କ ଅଭିଯୋଗ ସତ୍ୟ ଅଟେ  । ପ୍ରଶାସନର ନିଷ୍ପତ୍ତିକ୍ରମେ ଆମ୍ଭେ ଚାଷୀମାନଙ୍କୁ ଅବଗତ କରାଇଥିଲୁ ମାର୍କେଫେଡ୍ ସମବାୟ ସମିତି ଜରିଆରେ ଶଶ୍ୟ ପଦାର୍ଥ କିଣିବା କଥା କିନ୍ତୁ ସେମାନେ ନ ଆସିବାରୁ ମଣ୍ଡି ହୋଇ ପାରିଲାନାହିଁ  । ଆମ୍ଭେ ମାର୍କେଫେଡ୍ ର ଏରିଆ ମ୍ୟାନେଜରଙ୍କ ସହିତ ଯୋଗାଯୋଗ ପରେ ସେ ମହାଶୟ ଆସନ୍ତା ୨୫ ତାରିଖ ସୋମବାର ଦିନ ମଣ୍ଡି ଖୋଲିବା ପ୍ରକାଶ କରିବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ  ।

ତେବେ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ଅନେକ ସୁବିଧା  ସୁଯୋଗ ଦେଉଥିଲେ ମଧ୍ୟ କର୍ମଚାରୀମାନେ ଗୁରୁତ୍ୱ ଦେଉ ନଥିବାରୁ ଚାଷୀମାନେ ନାନା ସମସ୍ୟାରେ ପଡି ହଇରାଣ ହେଉଥିବା ଅଭିଯୋଗ ହୋଇଅଛି  । ଏହି ଆନ୍ଦୋଳନରେ  କୁଲିନା ସାମଲ, ଚିତ୍ତରଂଜନ ମହାନ୍ତି, ତ୍ରିପୁର ନାୟକ, ହରି ପୃଷ୍ଟି, ବଳିଆ ଭୁୟାଁ, ରଣଜିତ୍ ମହାନ୍ତି, ଯଶୋବନ୍ତ ସାମଲ ଓ କାର୍ତ୍ତିକ ସ୍ୱାଇଁ ପ୍ରମୁଖ  ଚାଷୀମାନେ ଯୋଗ ଦେଇଥିଲେ  ।

Related Post