Sun. Jul 26th, 2026

ମଣ୍ଡିରେ ଭିଜୁଛି ଧାନ; ଚିନ୍ତାରେ ଚାଷୀ

294 Views

ବୌଦ୍ଧ/ ଧର୍ମଗଡ଼  : ପ୍ରବଳ ବର୍ଷାରେ ମଣ୍ଡିରେ ଭିଜୁଛି ଶହଶହ କ୍ୱିଣ୍ଟାଲ୍ ଧାନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ୍ ଖଟଖଟିଆ ଧାନମଣ୍ଡିରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ମଣ୍ଡିରେ ଧାନ ଘୋଡ଼ାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମଣ୍ଡିରେ ଧାନ ଭିଜୁଥିଲେ ବି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ସାତ ଦିନ ହେଲାଣି ଚାଷୀମାନେ ମଣ୍ଡିକୁ ଧାନ ଆଣିଥିଲେ ହେଁ, କର୍ତ୍ତୃପକ୍ଷ ଧାନ କିଣୁନାହାନ୍ତି। ମିଲରଙ୍କ ପକ୍ଷରୁ ଟ୍ରକ୍‌ ଆସୁନଥିବାରୁ ଧାନ କିଣା ଯାଉନାହିଁ। ତା’ ସାଙ୍ଗକୁ ଗତକାଲି ରାତିରୁ ବର୍ଷା ହେବା ଯୋଗୁ ଧାନ ବସ୍ତାଗୁଡ଼ିକ ଓଦା ହୋଇଯାଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସେହିପରି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ସକାଳୁ ଝିପି ଝିପି ବର୍ଷା ଯୋଗୁ ନାହିଁ ନଥିବା ଅସୁବିଧାରେ ପଡ଼ିଛନ୍ତି ଚାଷୀ । ବର୍ଷା ଯୋଗୁ ମଣ୍ଡିରେ ଶହ ଶହ କ୍ୱିଣ୍ଟାଲ ଧାନ ଭିଜି ଯାଇଛି। ଟୋକନ ପାଇଥିଲେ ବି ଧାନ କିଣା ଯାଉନଥିବାରୁ ଧାନ ବସ୍ତା ଗୁଡ଼ିକ ଗଦା ହୋଇ ରହିଛି।  ବର୍ଷା ହେବା ଯୋଗୁ ଧାନ ତିନ୍ତି ଯାଇଥିବାରୁ  ଧାନ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।

ଜଣେ ଚାଷୀ କହିଛନ୍ତି,“  ମଣ୍ଡିରେ ଧାନ ପଡ଼ିରହିଛି। ଗାଡ଼ି ଆସି ମଣ୍ଡିରୁ ଧାନ ନେଉନାହିଁ। ବର୍ଷା ହେବା ଯୋଗୁ ଧାନ ଗୁଡ଼ିକ ଭିଜିଗଲା, କିଛି ଧାନ ମଧ୍ୟ ଗଜା ହୋଇଗଲାଣି।”

By amfnews

Related Post