Thu. Jun 11th, 2026

ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ୧୫ ବଖରା ଘର

183 Views

ବାଙ୍କୀ :କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ବ୍ଲକ ଅଧୀନସ୍ଥ  ବ୍ରହ୍ମପୁରା ପଞ୍ଚାୟତର ବିଲି ତେନ୍ତୁଳିଆ ଗାଁରେ  ଗତକାଲି ବିଳମ୍ଵିତ ରାତ୍ରିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା  ଜଣାଯାଇଛି। ଏହାଫଳରେ ସେହି ଗାଆଁର  ପ୍ରାୟ ୧୫ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି।

ତେବେ ଅଗ୍ନିକାଣ୍ଡର ସଠିକ କାରଣ ଏଯାଏଁ ଜଣା ପଡିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଥିଲା । ଆଉ ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ଦମକଳ ।

ସେପଟେ ୧୫ ବଖରା ପୋଡି ପାଉଁଶ ହୋଇଯାଇଥିବାରୁ ସର୍ବସ୍ୱାନ୍ତ ହୋଇଛନ୍ତି ୮ ପରିବାର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବାରୁ ସର୍ବହରା ହୋଇଛନ୍ତି ଅଗ୍ନି ବିପନ୍ନ ।ତେବେ ଏଥିରେ କୌଣସି ବ୍ୟକ୍ତ ପ୍ରାଣ ହରାଇ ନଥିବା ଜଣାଯାଇଛି। ତେବେ ରାତି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରିନ ଥିବା କୁଯାଉଛି ।ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ  ପ୍ରଶାସନ ନିକଟରେ ଦାବି କରାଯାଇଛି।

By amfnews

Related Post