Fri. Apr 24th, 2026

ଭୟଙ୍କର ପ୍ରଦୂଷଣ: ନଭେମ୍ବର ୧ରୁ ୧୦ ତାରିଖ ଯାଏ ଦିଲ୍ଲୀରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ କର୍ତ୍ତୃପକ୍ଷ

177 Views

ନୂଆଦିଲ୍ଲୀ, ଅକ୍ଟେ।ବର୩୦: ଭୟଙ୍କର ହୋଇ ଉଠିଛି ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ। ବାୟୁପ୍ରଦୂଷଣ ଏତେ ମାତ୍ରାରେ ବଢ଼ିଯାଇଛି ଯେ ପ୍ରଦୂଷଣ ରୋକିବା ପାଇଁ ଅଧିକାରୀମାନେ ବିକଳ ହୋଇ ବିଭିନ୍ନ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ପଡୋଶୀ ପଞ୍ଜାବ ଓ ହରିଆନାରେ କ୍ଷେତରେ ପୋଡ଼ାଯାଉଥିବା ନଡ଼ା ଯୋଗୁଁ ଚଳିତ ବର୍ଷ ଦିଲ୍ଲୀର ବାୟୁ ପ୍ରଦଷଣ ବଢ଼ିବାର ଲାଗିଛି। ଦିଲ୍ଲୀର ବାୟୁର ଗୁଣବତ୍ତା ଇଣ୍ଡେକ୍ସ ବା ସୂଚକାଙ୍କ ଅନୁଯାୟ,ପ୍ରଦୂଷଣ ମାତ୍ରା ଏତେ ଅଧିକ ହୋଇଯାଇଛି ଯେ ଏବେ ଏଠାରେ ପ୍ରଶ୍ୱାସ ନେବା ମଧ୍ୟ କଷ୍ଟକର। ଏଇଥିପାଇଁ ଦିଲ୍ଲୀରେ ନଭେମ୍ବର ୧ତାରିଖରୁ ସମସ୍ତ ନିର୍ମାଣ କାର୍ଯ୍ୟକୁ ୧୦ ଦିନ ପାଇଁ ବନ୍ଦ କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ।


ଦିଲ୍ଲୀର ବାୟୁ ପ୍ରଦୂଷଣର ଭୟାବହତାକୁ ଆକଳନ କରି ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ କହିଛନ୍ତି ଯେ ଯଦି ବାୟୁ ପ୍ରଦୂଷଣ ଅଧିକ ଖରାପ ହୁଏ ତେବେ ଦେଶର ରାଜଧାନୀରେ ଘରୋଇ ଗାଡ଼ି ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇପାରେ।। ତେବେ ସୁପ୍ରିମକେର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଦିଲ୍ଲୀରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ନଭେମ୍ବର୧ ତାରିଖରୁ ୧୦ ତାରିଖ ଯାଏ ବନ୍ଦ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାଯ୍ୟର୍ ହେଉଥିବା ସ୍ଥାନରେ ପାଟ୍ରୋଲିଂ କରି ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post