Fri. Jun 26th, 2026

ଭଡ଼ା ଘରୁ ମିଳିଲା ବିବାହିତା ମହିଳାଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ବାପା

349 Views

ପୋଲସରା: ଭଡ଼ା ଘରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯିବା ଘଟଣା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତର କୋଙ୍କରଡା ଗାଁରୁ ଉକ୍ତ ମହିଳାଙ୍କୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ମଞ୍ଜୁସା ପ୍ରଧାନ। ତାଙ୍କର ବୟସ ୧୯ ବର୍ଷ ବୋଲି ଜଣାଯାଇଛି।
ତେବେ ମଞ୍ଜୁସାଙ୍କୁ କେହି ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ଅନୁସାରେ, ମଞ୍ଜୁସା ଦୁଇ ବର୍ଷ ତଳେ ଜଣେ ଗୁଜରାଟୀ ଯୁବକଙ୍କ ପୁଅ ସହିତ ପଳାଇଯାଇଥିଲେ। ସେଦୁହେଁ ସୁରତରେ ରହୁଥିଲେ। ଗତ ୮ ମାସ ହେବ ସେଦୁହେଁ କୋଙ୍କରଡାକୁ ଫେରି ଏକ ଭଡ଼ା ଘରେ ରହୁଥିଲେ ।

ସେହି ଭଡ଼ା ଘରେ ହିଁ ମଞ୍ଜୁସାଙ୍କୁ କେହି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ମଞ୍ଜୁସାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜିକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଅସଲ କାରଣ ଜଣାଯିବ ବୋଲି ପୁଲିସ କହିଛି।
ଏଣେ ଏହି ଘଟଣା ପରେ ମଞ୍ଜୁସାଙ୍କ ସ୍ୱାମୀ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

By amfnews

Related Post