Sun. Sep 13th, 2026

ଭୋଜି କରିବାକୁ ଯାଇଥିଲେ, ଆଉ ଫେରିଲେନି

219 Views

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ମେରିକୋଟ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପରମାନନ୍ଦ ନାୟକ। ତାଙ୍କ ଘର ମେରିକୋଟ ଗାଁରେ।

ସୂଚନା ଅନୁସାରେ, ପରମାନନ୍ଦ ନୂଆବର୍ଷ ଦିନ ଭୋଜି କରିବାକୁ ଯାଉଛନ୍ତି କହି ଘରୁ ବାହାରି ଯାଇଥିଲେ। ହେଲେ ସେହି ଦିନ ସେ ଆଉ ଘରକୁ ଫେରି ନଥିଲେ। ଏହାପରେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ, କିନ୍ତୁ ପାଇ ନଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଏକ ବୁଦା ମୂଳରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ କରିଥିଲା ଓ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ଅନୁମାନ କରୁଛି। ତେବେ ଏଯାଏ ପୁଲିସ୍ ଏ ଘଟଣାରେ କାହାକୁ ଗିରଫ କରି ନାହିଁ।

By amfnews

Related Post