Sun. Oct 4th, 2026

ଭେଣ୍ଟିଲେଟର ସପୋର୍ଟରେ ଓ ଉଚ୍ଚସ୍ତରୀୟ ଡାକ୍ତରଙ୍କ ଦ୍ବାରା ଚିକିତ୍ସତ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

424 Views

ଭୁବନେଶ୍ବର, ମେ ୦୬ :

କରୋନା ସଂକ୍ରମିତ ହୋଇ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁ ର୍ବିଜ୍ଞାନ ପ୍ରତିଷ୍ଠାନ(ଏମସ୍‌) କୋଭିଡ୍‌ ହସ୍ପିଟାଲ୍‌ରେ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ।

ମଙ୍ଗଳବାର ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍‌ ଏମସ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତାଙ୍କୁ କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

By amfnews

Related Post