Sun. Oct 11th, 2026

ଭୁବନେଶ୍ୱର: ମାଆ ଦୁର୍ଗାଙ୍କ ମହାନବମୀ ପୂଜା ପାଇଁ ମଣ୍ଡପରେ ଭିଡ଼

451 Views

ଆଜି ସକାଳୁ ଭୁବନେଶ୍ୱରର ପଳାଶୁଣି, ରସୁଲଗଡ଼, ସହିଦନଗର, ନୂଆପଲ୍ଲୀ, ବରମୁଣ୍ଡା, ଆଇଗିଣିଆ, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ଝାରପଡ଼ା, ଚନ୍ଦ୍ରଶେଖରପୁର ବିଡିଏ କଲୋନି, ଡିଷ୍ଟ୍ରକ୍ଟ ସେଣ୍ଟର, ଡମଣା ଆଦି ପୂଜାମଣ୍ଡପଗୁଡ଼ିକରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି ନବମୀ ପାଇଁ ମାଆଙ୍କ ପାଖରେ ହେଉଥିବା ବିଶେଷ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ପୂଜାମଣ୍ଡପ ନିକଟରେ ଭିଡ଼ ଜମାଇଛନ୍ତି।
ଗତକାଲି ମଧ୍ୟ ମହାଷ୍ଟମୀ ପାଇଁ ପ୍ରବଳ ଭିଡ଼ ହୋଇଥିଲାା ବିଶେଷ କରି ସନ୍ଧ୍ୟା ସମୟରେ ଏତେ ଭିଡ଼ ହୋଇଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ବିଭିନ୍ନ ପୂଜାମଣ୍ଡପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ମଧ୍ୟ ସନ୍ଧ୍ୟାରେ ପ୍ରବଳ ଭିଡ଼ ହୋଇଥିଲା।

By amfnews

Related Post