Thu. Jun 11th, 2026

ଭୁବନେଶ୍ୱର ବିମାନବନ୍ଦରରେ ସର୍ବାଧିକ ଚାର୍ଟଡ ଫ୍ଲାଇଟ୍

176 Views

ଭୁବନେଶ୍ୱର, ୧୩/୧୧ : ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଓଡ଼ିଶାକୁ ଶିଳ୍ପ ଅାସୁ ନ ଅାସୁ ଭୁବନେଶ୍ୱର ବିମାନବନ୍ଦର ପାଇଁ କିନ୍ତୁ ଖୁସି ଖବର। କାରଣ ଦୀର୍ଘ ବର୍ଷ ପରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି ସର୍ବାଧିକ ନନ୍-ସିଡ୍ୟୁଲ ବା ଚାର୍ଟଡ ଫ୍ଲାଇଟ୍। ମେକ୍-ଇନ୍-ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅାସିଥିବା ଶିଳ୍ପପତିଙ୍କ ଚାର୍ଟଡ଼ ଫ୍ଲାଇଟ୍‌ରେ ଭର୍ତ୍ତି ଭୁବନେଶ୍ୱର ବିମାନବନ୍ଦର।

ମୁକେଶ ଅମ୍ବାନୀ, କୁମାର ମଙ୍ଗଳମ୍ ବିର୍ଲା, ଅନୀଲ ଅଗ୍ରୱାଲ, କରନ ଅଦାନୀ, ନବୀନ ଜିନ୍ଦଲ ପ୍ରମୁଖ ପ୍ରାୟ ୧୨ଜଣ ପ୍ରତିଷ୍ଠିତ ଶିଳ୍ପପତି ଚାର୍ଟଡ ଫ୍ଲାଇଟ୍‌ରେ ଓଡ଼ିଶା ଅାଗମନ କରିଥିଲେ। ଭୁବନେଶ୍ୱର ବିମାନବନ୍ଦର ବେ‘ରେ ଏଗୁଡ଼ିକ ରଖିବାକୁ ସ୍ଥାନ ନଥିବାରୁ ପାର୍ଶ୍ୱବର୍ତ୍ତୀ ରନ୍‌ୱେରେ ଏଗୁଡ଼ିକୁ ରଖାଯାଇଛି। ତେବେ ବିମାନଗୁଡ଼ିକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି।

ଏତେ ସଂଖ୍ୟକ ବିମାନ ଅାସିବା ବିମାନବନ୍ଦର ପାଇଁ ଯେତିକି ଶୁଭଙ୍କର ଓଡ଼ିଶା ପାଇଁ ସେତିକି ଭଲ ସୁଯୋଗ ବୋଲି କହିଛନ୍ତି ନିର୍ଦ୍ଦେଶକ। ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରତିଦିନ ପ୍ରାୟ ୪୪ଟି ବିମାନ ଦେଶ ଭିତରେ ଓ ଦେଶ ବାହାରେ ଯିବା ଅାସିବା କରୁଛି। ଏହାକୁ ଦୃଷ୍ଟିରେ ରଖି ଅାଉ ୮ଟି ପାର୍କି ବେ’ ନିର୍ମାଣ କରାଯିବ ବୋଲି କହିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।

By amfnews

Related Post