Thu. May 14th, 2026

ଭୁବନେଶ୍ୱର ବିମାନବନ୍ଦରରେ ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ସୁରେଶ ପ୍ରଭୁ

Panel Discussion new.indd
353 Views

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ସୋମବାର ଭାରତରେ ବିମାନ ବନ୍ଦରର ମୌଳିକ
ଭିତିଭୂମି ଉପରେ ସମୀକ୍ଷା କରିବା ସହ ଏକ ସମ୍ପୂର୍ଣ୍ଣ ‘ଭିଜନ-୨୦୩୫’ ପ୍ରସ୍ତୁତ କରିବାକୁ ପରାମର୍ଶ
ଦେଇଥିଲେ । ପ୍ରସ୍ତାବିତ ‘ଭିଜନ ଡକ୍ୟୁମେଂଟ’ରେ ବିମାନବନ୍ଦର ଭିଡ଼, ରନ୍ୱେ ଏବଂ ଏୟାରସ୍ପେସ୍, କାର୍ଯ୍ୟକ୍ଷମ
ହୋଇଥିବା ଏବଂ ହୋଇନଥିବା ବିମାନବନ୍ଦରର ବିକାଶ, ଛୋଟ ସହରକୁ ବିମାନ ଉଡ଼ାଣ ସଂଯୋଗ ଏବଂ ରାଜସ୍ୱ
ବୃଦ୍ଧି ପଦକ୍ଷେପ ନେଇ ପ୍ରସ୍ତାବ ରହିବ । ଏ ସବୁ କ୍ଷେତ୍ରରେ ଆର୍ଥିକ ବିକାଶ, ନିଯୁକ୍ତି ସୁଯୋଗ, ପଣ୍ୟ ଭିତିଭୂମି
ବିକାଶ ନେଇ ମଧ୍ୟ ପ୍ରସ୍ତାବ ରହିବ ।
ଯାତ୍ରୀ ଭିଡ଼କୁ ଦୃଷ୍ଟି ଦେଇ ଅନେକ ବିମାନବନ୍ଦରରେ ମୌଳିକ ଭିତିଭୂମିର ବିକାଶ ହେଉ ନଥିବାରୁ ଶ୍ରୀ ପ୍ରଭୁ
ଭାରତୀୟ ବିମାନବନ୍ଦର କର୍ତୃପକ୍ଷ ଏବଂ ଅନ୍ୟାନ୍ୟ ବିମାନବନ୍ଦର ଅପରେଟରମାନଙ୍କୁ ଭାରତୀୟ ବିମାନ
ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ପାଇଁ ମୌଳିକ ଭିତିଭୂମିର ବିକାଶ କରିବା ସହ ଯାତ୍ରୀଙ୍କ ସୁବିଧା ପାଇଁ ବିମାନବନ୍ଦର
ସମ୍ପ୍ରସାରଣ ସକାଶେ ପରାମର୍ଶ ଦେଇଛନ୍ତି ।
ବିଭିନ୍ନ ବିମାନବନ୍ଦର, ଯଥା; ଚେନ୍ନାଇ, କୋଲକାତା, ଅହମ୍ମଦାବାଦ, ଗୋଆ, ପୁନେ, ଲକ୍ଷେ୍ନø, ତ୍ରିଭାନ୍ଦ୍ରମ,
ଗୌହାଟି, ଜୟପୁର, କାଲିକଟ, ବିଶାଖାପଟ୍ଟନମ୍, ଭୁବନେଶ୍ୱର, ପାଟନା, କୋଏମ୍ବାଟୁର, ଶ୍ରୀନଗର, ବାରାଣସୀ,
ଚଣ୍ଡିଗଡ଼, ଇନ୍ଦୋର, ମାଙ୍ଗାଲୁରୁ, ଅମ୍ରିତସର ଏବଂ ବାଗଡୋଗ୍ରା ବିମାନବନ୍ଦରରେ ଚାଲିଥିବା କିମ୍ବା ହେବାକୁ ଥିବା
ସମ୍ପ୍ରସାରଣ କାର୍ଯ୍ୟର ମନ୍ତ୍ରୀ ସମୀକ୍ଷା କରିଥିଲେ । ପ୍ରତ୍ୟେକ ବିମାନବନ୍ଦରରେ ଯାତାୟାତ କରିଥିବା ଯାତ୍ରୀଙ୍କ
ସଂଖ୍ୟାକୁ ଦୃଷ୍ଟିରେ ରଖି ଭିଡ଼ ହ୍ରାସ ପାଇଁ ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟର ସେ ସମୀକ୍ଷା କରିଥିଲେ । ନୂତନ
ବିମାନବନ୍ଦରର କାର୍ଯ୍ୟ ନେଇ ସୃଷ୍ଟି ହେଉଥିବା ସମସ୍ୟା ବାବଦରେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା
ସକାଶେ ନିଷ୍ପତି ହୋଇଥିଲା । କେତେକ ସହରରେ ଗୁରୁତର ସମସ୍ୟା ଥିବାରୁ ଜମି ଅଧିଗ୍ରହଣର ନୂତନ ପଦ୍ଧତି
ଗ୍ରହଣ ପାଇଁ ସେ ପରାମର୍ଶ ଦେଇଥିଲେ । ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବଙ୍କ ସହ
ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

By amfnews

Related Post