Mon. Sep 7th, 2026
333 Views

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକର ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ପହଂଚିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଦେଖିବା ପାଇଁ ସଚିନ ଭୁବନେଶ୍ୱର ଆସିଛନ୍ତି।

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ମ୍ୟାଚ ପାଇଁ ଦେଖିବା ପାଇଁ ସଚିନ ଭୁବନେଶ୍ୱର ଆସୁଛି ବୋଲି ଶନିବାର ଟୁଇଟର ମାଧ୍ୟମରେ ପ୍ରଶଂସକମାନଙ୍କୁ ଜଣାଇଥିଲେ। ସେ ଟୁଇଟରରେ ଲେଖିଥିଲେ ଆସନ୍ତାକାଲି ହକି ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ ଅବସରରେ କଳିଙ୍ଗ ହକି ଗ୍ରାଉଣ୍ଡ ଆସୁଛି। ସଚିନ୍‌ କହିଛନ୍ତି, ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହକିର ଆୟୋଜନ କରାଯାଇଛି।

ପୂର୍ବରୁ ଯେଉଁ ଆଭାସ ମିଳୁଥିଲା ତାହା ସତ ହୋଇଛି। କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଦର୍ଶକମାନେ ବିଶ୍ୱର ପୂର୍ବତନ ଲୋକପ୍ରିୟ କ୍ରିକେଟର ସଚିନଙ୍କୁ ଦେଖିବାକୁ ପାଇଛନ୍ତି। ହକି ଗ୍ରାଉଣ୍ଡରେ କ୍ରିକେଟରଙ୍କୁ ପାଇ ଦର୍ଶକମାନେ ନିଶ୍ଚିତ ଭାବରେ ଖୁସି ଅନୁଭବ କରୁଛନ୍ତି। ପୁରୁଷ ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲ ମ୍ୟାଚ ରବିବାର ରାତି ୭ଟାରେ ଖେଳାଯାଉଛି।

By amfnews

Related Post