Sun. Sep 27th, 2026

ଭୁବନେଶ୍ୱରରେ ହେବ ହୋମ୍ ଡେଲିଭରି, ବିଏମ୍‌ସି ଜାରି କଲା ମଲ୍‌ର ନାଁ ଓ ଫୋନ୍‌ ନମ୍ବର

370 Views

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ବେଳେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରି ମାଧ୍ୟମରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ। ଏ ନେଇ ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୨୮ଟି ମଲ୍‌ ଓ ଷ୍ଟୋରକୁ ତାଲିକାଭୁକ୍ତ କରାଯାଇଛି। ଏହିସବୁ ମଲ୍‌ ପକ୍ଷରୁ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରି ମାଧ୍ୟମରେ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ମଲ୍‌ ଗୁଡ଼ିକର ଠିକଣା ଓ ଏହାର ମ୍ୟାନେଜରମାନଙ୍କ ଫୋନ୍‌ ନମ୍ବର ସହ ଏକ ତାଲିକା ପ୍ରକାଶ କରାଯାଇଛି। ହ୍ୱାଟ୍ସଆପ୍‌ ନମ୍ବରରେ ଗ୍ରାହକମାନେ ସାମଗ୍ରୀ ଓ ପରିମାଣ ଅର୍ଡର କରିପାରିବେ। ଘରେ ଜିନିଷ ପହଞ୍ଚିଲା ପରେ ସେମାନେ ପେମେଣ୍ଟ କରି ପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଦେଖିନିଅନ୍ତୁ ପୂରା ତାଲିକା-

ଅନ୍ୟପକ୍ଷରେ କଟକ ଓ ଭୁବନେଶ୍ୱରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡ଼ିକର ଖୋଲିବା ସମୟ ଉପରେ କଟକଣାକୁ ହଟାଇ ନିଆଯାଇଛି। ଭିଡ଼କୁ ଦୃଷ୍ଟିରେ ବ୍ୟବସାୟୀମାନେ ଯେତେବେଳ ପର୍ଯ୍ୟନ୍ତ ଚାହିଁବେ, ସେତେବେଳ ପର୍ଯ୍ୟନ୍ତ ଦୋକାନ ଖୋଲା ରଖିପାରିବେ ବୋଲି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ କରି କହିଛନ୍ତି।

By amfnews

Related Post